Masthead

୫ ଦଫା ଦାବୀ ପୂରଣ ପାଇଁ ଆମରଣ ଅନଶନରେ ବସିଲେ ଜେଲ କର୍ମଚାରୀ

ଆସିକା(ବଡ଼ ଖବର ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଆସିକା ସବଜେଲରେ ଆଜି ୫ ଦଫା ଦାବୀ ନେଇ ଆମରଣ ଅନଶନରେ ବସିଛନ୍ତି ଜେଲ କର୍ମଚାରୀ । ନିଖୀଳ ଓଡିଶା କାରାଗାର କର୍ମଚାରୀ ମହାସଂଘର ଆହ୍ୱାନରେ ଗଞ୍ଜାମ ଜିଲ୍ଲାର ସାରା ଜେଲରେ କର୍ମଚାରୀ ମାନେ ଆମରଣ ଅନଶନ ଆରମ୍ଭ କରିଥିବା ବେଳେ ଆସିକା ସବଜେଲ କର୍ମଚାରୀ ମଧ୍ୟ ଆମରଣ ଅନଶନରେ ବସିଛନ୍ତି ।

 

ଗତ ୧୩ ତାରିଖରୁ ସେମାନେ କଳାବ୍ୟାଜ ପରିଧାନ କରି ଆନ୍ଦନ୍ଦୋଳନରେ ସାମିଲ ହେବା ସହ ୨୪ ତାରିଖ ସୁଦ୍ଧା ଦାବୀ ପୂରଣ ପାଇଁ ମହଲତ ଦେଇଥିଲେ । କିନ୍ତୁ ସରକାର ପଦକ୍ଷେପ ଗ୍ରହଣ ନ କରିବାରୁ ସେମାନେ ଅନଶନ ଆରମ୍ଭ କରିଥିବା ଜଣାପଡିଛି । ଆସିକା ସବଜେଲ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବୀ ପାଇଁ ଦାବୀ ଜୋର ଧରିଥିଲା ।

ୱାର୍ଡର ମାନଙ୍କ ଗ୍ରେଡ ପେ ୧୯ ଶହରୁ ୨ ହଜାର ଟଙ୍କାକୁ ବୃଦ୍ଧି, ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ପୁଣି ଲାଗୁ କରିବା, ଉପଖଣ୍ଡସ୍ତରୀୟ ବଦଳୀ ନିୟମକୁ କୋହଳ ଓ ଖାଦ୍ୟ ଭତାକୁ ୪ ଶହ ଟଙ୍କାରୁ ୧୪ ଶହ ଟଙ୍କାକୁ ବୃଦ୍ଧି ନେଇ ଦାବୀ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ