Masthead

ପ୍ରକାଶ ପାଇଲା +୨ ରେଜଲ୍ଟ: ମାଟ୍ରିକ ଭଳି ରେକର୍ଡ ପାସ୍ ହାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିନା ପରୀକ୍ଷାରେ ଯୁକ୍ତ୨ ଫଳ । ମାଟ୍ରିକ ଭଳି ରେକର୍ଡ ପାସ୍ ହାର । ବିଜ୍ଞାନରେ ୯୫ ଦଶମିକ ୧୫ ପ୍ରତିଶତ ଛାତ୍ରଛତ୍ରୀ ପାସ କରିଥିବା ବେଳେ ବାଣିଜ୍ୟରେ ୯୪ ଦଶମିକ ୯୬ ପ୍ରତିଶତ ବିଦାର୍ଥୀଙ୍କୁ ସଫଳତା ମିଳିଛି । ବିଜ୍ଞାନରେ ୯୪ ହଜାର ୫୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୮୯ ହଜାର ୯୫୧ ପିଲା ପାସ୍ କରିଛନ୍ତି । ଏମାନଙ୍କ ମଧ୍ୟ ୫୫ହଜାର ୪୬୮ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୧୬ହଜାର ୯୪୩ ଦ୍ୱିତୀୟ ଓ ୧୪ହଜାର ୬୩୧ ଜଣ ଥାର୍ଡ କ୍ଲାସ ପାଇଛନ୍ତି । ୯୬ ଦଶମିକ ୦୩ ପ୍ରତିଶତ ଛାତ୍ରୀ ବିଜ୍ଞାନରେ ପାସ କରିଥିବା ବେଳେ ୯୪ ଦଶମିକ ୪୬ ପ୍ରତିଶତ ଛାତ୍ର ପାସ କରିଛନ୍ତି । ରେଗୁଲାରରେ ୭୮ହଜାର ୮୯୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୮ହଜାର ୮୦୯ ବିଦ୍ୟାର୍ଥୀ ପାସ କରିଛନ୍ତି ।

ଏକ୍ସରେଗୁଲାର ୧୫ହଜାର ୬୩୩ ପିଲା ମଧ୍ୟରୁ ୧୧ହଜାର ୧୪୨ ପାସ୍ କରିଛନ୍ତି । ସେପଟେ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୨୪ହଜାର ୫୨୬ ଜଣ । ସେମାନଙ୍କ ମଧ୍ୟରୁ ୨୩ହଜାର ୨୯୨ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୮ହଜାର ୩୫୫ ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟରେ ୫ହଜାର ୬୯୨ ଓ ତୃତୀୟରେ ୯ ହଜାର ୬୬ ଜଣ । ରେଗୁଲାରରେ ୨୧ହଜାର ୯୯୬ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୨୧ହଜାର ୯୦୬ ଜଣ । ଏକ୍ସରେଗୁଲାରରେ ୨ହଜାର ୫୩୦ ପିଲାରୁ ପାସ କରିଛନ୍ତି ୧୩ଶହ ୮୬ ଜଣ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ