Masthead

ଦେଶର ୨୨ଟି ସହର ହେବ ସ୍ମାର୍ଟ ସିଟି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ସୁଦ୍ଧା ଦେଶର ୧୦୦ଟି ମଧ୍ୟରୁ ୨୨ଟି ସହାର ସ୍ମାର୍ଟ ସିଟିରେ ପରିଗଣିତ ହେବ । ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ସମେତ ୨୨ଟି ସହର ଆସନ୍ତା ମାର୍ଚ୍ଚ ମାସରେ ପ୍ରସ୍ତୁତ ହୋଇଯିବ। ଏହି ସହର ଗୁଡ଼ିକ ସରକାରଙ୍କ ଉନ୍ନତ ଯୋଜନାର ସମସ୍ତ ମାନକୁ ପୂରଣ କରି ନାଗରିକଙ୍କୁ ଉନ୍ନତ ମାନର ଜୀବନ ଏବଂ ସ୍ୱଚ୍ଛ ପରିବେଶ ପ୍ରଦାନ କରାଯିବ । ସ୍ମାର୍ଟ ସିଟି ମିଶନ ଅଧୀନରେ ଏହି ସବୁ ସହରରେ ଚାଲୁଥିବା ସମସ୍ତ ପ୍ରକଳ୍ପ କାର୍ୟ୍ୟ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଯିବ। ସେହିପରି ଏହି ମିଶନ ଅଧିନରେ ମନୋନୀତ ଅବଶିଷ୍ଟ ୭୮ ଟି ସହରରେ ଆଗାମୀ ତିନି-ଚାରି ମାସ ମଧ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହେବ। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।

ଦେଶର ୨୨ଟି ସହର ମଧ୍ୟରେ ଭୋପାଳ, ଇନେ୍ଦାର, ଆଗ୍ରା, ବାରଣାସୀ, ଭୁବନେଶ୍ୱର, ଚେନ୍ନାଇ, କୋଏମ୍ବଟୁର, ଏରୋଡ, ରାଞ୍ଚି, ସାଲେମ, ସୁରଟ, ଉଦୟଗିରି, ବିଶାଖାପାଟନାମ, ଅହମ୍ମଦାବାଦ, କାକିନାଡା, ପୁଣେ, ଭେଲୋର, ପିମ୍ପ୍ରି ଚିଞ୍ଚୱାଡ, ମଦୁରାଇ, ଅମରାବତୀ, ତିରୁଚିରାପଲ୍ଲୀ ଓ ତାଞ୍ଜବୁର ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଜୁନ୍‌ ୨୫ରେ ସ୍ମାର୍ଟ ସିଟି ମିଶନ୍ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେହିପରି ୨୦୧୬ରୁ ୨୦୧୮ ପର୍ୟ୍ୟନ୍ତ ୪ ରାଉଣ୍ଡ ପ୍ରତିଯୋଗିତା ମାଧ୍ୟମରେ ୧୦୦ଟି ସହରକୁ ପୁନଃ ବିକାଶ ପାଇଁ ଚୟନ କରାଯାଇଥିଲା। ସୁସ୍ଥ ଜୀନବଶୈଳୀ, ନାଗରିକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଓ ଏକ ସ୍ୱଚ୍ଛ ପରିବେଶ ଯୋଗେଇ ଦେବାକୁ ମନ୍ତ୍ରଣାଳୟର ଲକ୍ଷ୍ୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !