Masthead

ଦୈନିକ ୪ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣକୁ ଆହୁରି ଦ୍ରୁତ କରାଯିବ । ଏବେ ଦୈନିକ ସାଢେ ୩ ଲକ୍ଷ ବଦଳରେ ୪ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯିବ । ରାଜ୍ୟ ସରକାର ଜିଲ୍ଲା ମାନଙ୍କ ପାଇଁ ନୂତନ ଦୈନିକ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଯେତେ ଶୀଘ୍ର ସମ୍ଭବ ଟିକାକରଣ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ଚଳିତ ମାସରୁ ରାଜ୍ୟ ସରକାର ଦୈନିକ ଟିକାକରଣ ଲକ୍ଷ୍ୟକୁ ସାଢେ ୩ ଲକ୍ଷକୁ ବୃଦ୍ଧି କରିଥିଲେ । ଏବେ ନିୟମିତ ଭାବେ ପ୍ରାୟ ସାଢ଼େ ୩ ଲକ୍ଷ ପର୍ଯ୍ୟନ୍ତ ଟିକାରଣ କରାଯାଉଛି । ହେଲେ ଟିକାର ବିନିଯୋଗ ଅନୁଯାୟୀ କେନ୍ଦ୍ରସରକାର ଅଧିକ ମାତ୍ରାରେ ଟିକା ଦେବା ପାଇଁ ସୂଚନା ଦେବା ପରେ ରାଜ୍ୟ ସରକାର ଦୈନିକ ଲକ୍ଷ୍ୟକୁ ଆହୁରି ୫୦ ହଜାର ବଢାଇ ଦେଇଛନ୍ତି। ଚଳିତମାସରେ କେନ୍ଦ୍ରସରକାର ଓଡ଼ିଶା ପାଇଁ ୬୦ ଲକ୍ଷ ଡୋଜ ଟିକା ଆବଣ୍ଟନ କରିଛନ୍ତି ।

ହେଲେ ପ୍ରତ୍ୟେକ ମାସରେ ଆବଣ୍ଟିତ ଟିକା ପରିମାଣଠାରୁ ଅଧିକ ସଂଖ୍ୟାରେ ଟିକା ଆସୁଥିବାରୁ ଚଳିତ ମାସ ମଧ୍ୟ ଆବଣ୍ଟିତ ଟିକା ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଆସନ୍ତା ସୋମବାରଠୁ ରାଜ୍ୟରେ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ଦେଖି ଜିଲ୍ଲାମାନଙ୍କୁ ନୂତନ ଟିକାକରଣ ଲକ୍ଷ୍ୟ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ