vaccine-syringe

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକରେ ୪ଲକ୍ଷ ଟିକାକରଣ । ସୋମବାର ଗୋଟିଏ ଦିନରେ ରାଜ୍ୟରେ ୪ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ୧୬୯୬ଟି କେନ୍ଦ୍ରରେ ଟିକାକରଣ କରାଯାଇଛି । ଓଡ଼ିଶାରେ ମୋଟ ୧କୋଟି ୨୫ଲକ୍ଷ ୭୭ହଜାର ୮୮୨ରେ ପହଞ୍ଚିଛି ।

ସୋମବାର ଗଞ୍ଜାମରେ ୪୦ହଜାର, ବାଲେଶ୍ୱରରେ ୨୬ ହଜାର ୬୩୭, କଟକରେ ୧୭ ହଜାର ୩୧, ଖୋର୍ଦ୍ଧାରେ ୧୭ ହଜାର ୭୬୧, ସୁନ୍ଦରଗଡ଼ରେ ୧୧ହଜାର ୭୨୩, ମୟୁରଭଞ୍ଜରେ ୧୫ହଜାର ୧୮, କେଉଁଝର ଜିଲ୍ଲାରେ ୨୦ ହଜାର ୮୦, ଯାଜପୁରରେ ୧୫ ହଜାର ୩୩୯, ବଲାଙ୍ଗୀରରେ ୧୮ ହଜାର ୨୮୭, ସମ୍ବଲପୁରରେ ୯ ହଜାର ୪୯୨ ଟିକାକରଣ କରାଯାଇଥିବାବେଳେ ଅନ୍ୟାନ୍ୟ ଜିଲାରେ ୧୩ ହଜାରରୁ ୩ହଜାର ଭିତରେ ଟିକାକରଣ କରାଯାଇଛି।

୪ ହଜାରରୁ ୨ହଜାର ଭିତରେ ଦେବଗଡ଼, ବୌଦ୍ଧ, ମାଲକାନଗିରି, କନ୍ଧମାଳ ଓ ପୁରୀ ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ସୋମବାର ୪୫ଲକ୍ଷରୁ ଊର୍ଦ୍ଧ୍ବ ଟିକାକରଣ କରାଯାଇଛି ।

Leave a Reply

Your email address will not be published. Required fields are marked *