Masthead

ଚଳିତ ଆର୍ଥିକ ବର୍ଷରେ ଜିଡିପି ବିଯୁକ୍ତ ୯.୫% ରହିବ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁଦ୍ରାନୀତି କମିଟିର ତିନି ଦିନିଆ ବୈଠକ ଆଜି ଶେଷ ହେଉଛି । ଦେଶର ଆର୍ଥିକ ସ୍ଥିତିକୁ ନେଇ ତିନିଦିନ ଧରି ଏହି ବୈଠକରେ ଆଲୋଚନା ହୋଇଛି । ଚଳିତ ଆର୍ଥିକ ବର୍ଷରେ ଜିଡିପି ୯.୫ ପ୍ରତିଶତ ହ୍ରାସ ହୋଇପାରେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) କହିଛି । ମୁଦ୍ରାନୀତି କମିଟିର ଆଜିର ବୈଠକ ପରେ ରିଜର୍ଭ ବ୍ୟାଙ୍କ ଏହି ଆକଳନ କରିଛି ।

ସମୀକ୍ଷା ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏପ୍ରିଲ-ଜୁନ୍ କ୍ୱାଟରରେ ଦେଶର ଅର୍ଥନୀତି ପଛରେ ପଡିଛି ଏବଂ ଆଶାର କିରଣ ଦେଖାଯିବା ଆରମ୍ଭ କରିଛି । କରୋନା ଭୂତାଣୁ ବିରୋଧରେ ଅଭିଯାନ ଭାରତୀୟ ଅର୍ଥନୀତିର ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରୁଛି । କିଛି ମାସ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିର ପ୍ରତିଶତ ଅଧିକ ବୃଦ୍ଧି ପାଇଛି । ୨ ପ୍ରତିଶତ ଅସ୍ଥିରତା ସହିତ ମୁଦ୍ରାସ୍ଫୀତି ପ୍ରତିଶତ ରଖିବାକୁ ଆରବିଆଇକୁ ସରକାର ଟାର୍ଗେଟ ଦେଇଛନ୍ତି । ସେ ଆହୁରି କହିଛନ୍ତି ଜାନୁଆରୀ-ମାର୍ଚ୍ଚ ବେଳକୁ ଏହା ସକରାତ୍ମକ ସୀମା ପର୍ଯ୍ୟନ୍ତ ପହଞ୍ଚିପାରେ ।

ଶ୍ରୀ ଦାସ କହିଛନ୍ତି କରୋନା ସଂକଟ ଯୋଗୁଁ ଚାହିଦା ହ୍ରାସ ହୋଇପାରେ । ଭାରତରେ କରୋନା ଭୂତାଣୁ ସଙ୍କଟ କାରଣରୁ ରିଜର୍ଭ ବ୍ୟାଙ୍କ ପରିସ୍ଥିତି ଉପରେ ନଜର ରଖିଛି । କରୋନା କାରଣରୁୁ ଦେଶରେ ଜନ୍ମ ନେଇଥିବା ଭୟ ଓ ନିରାଶାର ପରିବେଶ ଏବେ ଆଶାରେ ପରିଣତ ହୋଇଛି । କରୋନା ଭୂତାଣୁ ହେତୁ ଆମର ସମ୍ବଳ ବହୁତ ଚାପରେ ଅଛି । ଆମେ ଆଗକୁ ଆଶା ରଖୁଛୁ, ଯଦିଓ ଚ୍ୟାଲେଞ୍ଜଗୁଡିକ ଏପର୍ଯ୍ୟନ୍ତ ରହିଛି । ଏହାପୂର୍ବରୁ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟଳୟ ଦ୍ୱାରା ପ୍ରକାଶିତ ଆକଳନ ଅନୁଯାୟୀ ପ୍ରଥମ କ୍ୱାଟରରେ ଜିଡିପିରେ ୨୩.୯ ପ୍ରତିଶତ ହ୍ରାସ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ