Masthead

୪୫୦ କିମି ଗ୍ୟାସ୍ ପାଇପ୍‍ଲାଇନ୍‍ ଉଦଘାଟିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ୍‍ ପାଇପ୍‍ଲାଇନ୍‍ ଉଦଘାଟନ କରିଛନ୍ତି । ଏହି ୪୫୦ କିଲୋମିଟର ଦୀର୍ଘ ପାଇପ୍‍ଲାଇନ୍‍ ଗେଲ୍‍ ଇଣ୍ଡିଆ ଲିମିଟେଡ୍‍ ଦ୍ୱାରା ନିର୍ମିତ ହୋଇଛି । ଏହାର ପରିବହନ କ୍ଷମତା ଦୈନିକ ୧୨ ନିୟୁତ ମେଟ୍ରିକ୍‍ ଷ୍ଟାଣ୍ଡାର୍ଡ କ୍ୟୁବିକ୍‍ ମିଟର ରହିଛି । ଏହି ପାଇପ୍‍ଲାଇନ୍‍ ଏର୍ଣ୍ଣାକୁଲମ, ତ୍ରିସୁର, ପାଲାକାଡ, ମଲପୁରମ୍‍, କୋଜିକୋଡ଼, କନୌର ଓ କାଶରାଗଡ଼ ଜିଲ୍ଲା ଦେଇ କେରଳର କୋଚିସ୍ଥିତ ତରଳୀକୃତ ପ୍ରାକୃତିକ ଗ୍ୟାସ୍‍ (ଏଲ୍ଏକନଜି) ପୁନଃ ବାଷ୍ପୀକରଣ ଟର୍ମିନାଲରୁ କର୍ଣ୍ଣାଟକର ମାଙ୍ଗାଲୁରୁ ପର୍ଯ୍ୟନ୍ତ ଗ୍ୟାସ୍‍ ପରିବହନ କରିବ ।

ଏହି ପ୍ରକଳ୍ପ ନିର୍ମାଣ ବାବଦରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧୨ଲକ୍ଷ ମାନବ ଦିବସର ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ପାଇପ୍‍ଲାଇନ୍‍ ୧୦୦ରୁ ଅଧିକ ଜଳାଶୟ ଅତିକ୍ରମ କରୁଥିବାରୁ ଏହାର ନିର୍ମାଣ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ଏକ ବିରାଟ ଆହ୍ୱାନ ଥିଲା । ହରାଇଜେଣ୍ଟଲ୍‍ ଡିରେକ୍ସନର ଡ୍ରିଲିଂ ପଦ୍ଧତି ଦ୍ୱାରା ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି