Masthead

ମମତାଙ୍କ ବିରୋଧରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ରାଜନୀତି ଉପରେ ବର୍ତ୍ତମାନ ଦେଶର ନଜର ରହିଛି । ଏହା ମଧ୍ୟରେ ବିଧାନସଭା ସିଟ ଭବାନୀପୁର ଉପନିର୍ବାଚନ ପାଇଁ ଉଭୟ ମମତା ଓ ପ୍ରିୟଙ୍କା ପ୍ରଚାର ଆରମ୍ଭ କରିଥିବାର ସୂଚନା ମିଳିଛି । ସେପଟେ ନିଜର ମୁଖ୍ୟମନ୍ତ୍ରୀ ପଦକୁ ବଞ୍ଚାଇବାକୁ ଜୋରଦାର ତୃଣମୂଳ କଂଗ୍ରେସ ପ୍ରଚାର କରୁଥିବା ବେଳେ ବିଜେପି ମଧ୍ୟ କମ ନୁହେଁ । ମମତାଙ୍କୁ କଡ଼ା ଟକ୍କର ଦେବା ପାଇଁ ନିର୍ବାଚନ ପ୍ରଚାର ମଇଦାନରେ ପ୍ରିୟଙ୍କା ଟିବରେୱାଲ ଜୋରଦାର ପ୍ରଚାର ଆରମ୍ଭ କରିଥିବାର କଥା ସାମ୍ନାକୁ ଆସିଛି । ତେବେ ପ୍ରିୟଙ୍କା ଆଜି ଭିକ୍ଟୋରିଆ ମେମୋରିଆଲରୁ ନିର୍ବାଚନ ପ୍ରଚାର କରିଛନ୍ତି । ଏହା ସହ ନିର୍ବାଚନୀ ପରର ହିଂସା ନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।

ବିଧାନସଭା ଉପନିର୍ବାଚନରେ ତାଙ୍କ ବିଜୟ ସୁନିଶ୍ଚିତ । କାରଣ ସେ ସର୍ବଦା ଅନ୍ୟାୟ ବିରୋଧରେ ଲଢେଇ କରିଛନ୍ତି ବୋଲି ପ୍ରିୟଙ୍କା ଦାବି କରିଛନ୍ତି । କେବଳ ଏତିକି ନୁହେଁ ବରଂ ଭବାନୀପୁରରେ ନିର୍ବାଚନ ସ୍ୱଚ୍ଛତା ସହିତ କରାଯିବ ନାହିଁ । କାରଣ ଶାସକ ତୃଣମୂଳ କଂଗ୍ରେସ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରେ ନାହିଁ । ତୃଣମୂଳ କଂଗ୍ରେସ କେବଳ ହିଂସା ରାଜନୀତି କରେ ବୋଲି ନିର୍ବାଚନି ପ୍ରଚାର ମଇଦାନରେ ପ୍ରିୟଙ୍କା ଟବରେୱାଲ କହିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ