Masthead

ନବୀନ ଓ ଧର୍ମେନ୍ଦ୍ରଙ୍କୁ ଅର୍ଦ୍ଧେନ୍ଦୁଙ୍କ ଆହ୍ୱାନ: ସୀମା ବିବାଦରେ ସାଥୀ ହୋଇ ଲଢ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସହିତ ପଡୋଶୀ ରାଜ୍ୟ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆହ୍ୱାନ ଦେଇଛନ୍ତି ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ବାଇ- ଲ -ପ୍ରତ୍ୟାହାର ନେଇ ଦଳମତ ନିର୍ବିଶେଷରେ ଉଭୟ ରାଜନୈତିକ ଦଳ ଯେଉଁଭଳି ଭାବରେ ମହାପ୍ରଭୁଙ୍କ ପାଇଁ ଲଢିଲେ, ତାହା ପ୍ରଶଂସନୀୟ । ଫଳସ୍ୱରୂପ ସକରାତ୍ମକ ଚିତ୍ର ସାମ୍ନାକୁ ଆସିଲା । ସେହିଭଳି ଆମ ମାତୃଭୂମି ତଥା ଆମ ସ୍ୱାଭିମାନର ପ୍ରସଙ୍ଗ ସୀମା ବିବାଦର ସମାଧାନ ପାଇଁ ଏକାଠି ହୋଇ ଲଢନ୍ତୁ ବୋଲି ଅର୍ଦ୍ଧେନ୍ଦୁ ଦୁଇ ପ୍ରମୁଖ ରାଜନୈତିକ ଦଳକୁ ଆହ୍ୱାନ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଏକାଠି ନ ହେଲେ ବି ମହାପ୍ରଭୁଙ୍କ ପ୍ରସଙ୍ଗରେ ଉଭୟ ଏକ ଲକ୍ଷ୍ୟରେ ଲଢିଲେ । ଶ୍ରୀମନ୍ଦିର ଆମ ସ୍ୱାଭିମାନର କଥା । ଏ ସମ୍ପର୍କରେ କୌଣସି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବିରୋଧରେ ଦଳ, ସରକାର କଥା ଭୁଲି , ସମସ୍ତେ ଲଢିବାର ଆବଶ୍ୟକତା ଥିଲା । ଆଉ ତାହାର ଫଳ ବି ମିଳିଲା । ଶ୍ରୀମନ୍ଦିର ଭଳି ଆମ ମାତୃଭୂମି ବି ଆମ ସ୍ୱାଭିମାନର ପ୍ରସଙ୍ଗ । କିନ୍ତୁ ପଡୋଶୀ ସୀମାନ୍ତର ଅନେକ ଅଂଚଳ ଉପରେ ଲୋଲୁପ ଦୃଷ୍ଟି ପକାଉଛନ୍ତି । କୋଟିଆ ହେଉ କିମ୍ବା ସୀମାନ୍ତବର୍ତ୍ତୀ ଅନ୍ୟ ଗାଁ ପ୍ରସଙ୍ଗରେ ବି ଆମେ ଏଭଳି ସକରାତ୍ମକ ଲଢେଇ ଦେଖିବାକୁ ଚାହୁଁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ 🔴 ଆହୁରି ଦୁଇ ସପ୍ତାହ କଲବଲ କରିବ ଶୀତ 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର