Masthead

୮ ଭାରତୀୟ ନ୍ୟାଭି ଭେଟେରାନ୍‌ଙ୍କୁ ମୁକ୍ତ କଲା କାତାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୮ ଭାରତୀୟ ନ୍ୟାଭି ଭେଟେରାନ୍‌ଙ୍କୁ ମୁକ୍ତ କଲା କାତାର । ମୁକ୍ତ ୮ ଜଣଙ୍କ ମଧ୍ୟରୁ ୭ ଜଣ ଭାରତରେ ପହଞ୍ଚିଲେ । ଗୁପ୍ତଚର କାର୍ୟ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ଅପିଲ୍‌ ପରେ ସେମାନଙ୍କର ଦଣ୍ଡ କୋହଳ କରାଯାଇଥିଲା । ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ମୁକ୍ତିର ବାଟ ଫିଟିଥିଲା । କାତାର ସରକାରଙ୍କୁ କୃତଜ୍ଞତା ଜଣାଇଲେ ଭାରତ ସରକାର । କତାରରେ ମୃତ୍ୟୁଦଣ୍ଡ ପାଇଥିବା ୭ ଜଣ ଭାରତୀୟ ନାଗରିକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଥିବା ନାଗରିକମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ବିନା ଭାରତ ଫେରିବା ସେମାନଙ୍କ ପକ୍ଷେ ଅସମ୍ଭବ ।
ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା । ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା । କତାରରୁ ଫେରୁଥିବା ନାଗରିକମାନେ କହିଛନ୍ତି,ଆମେ ଭାରତକୁ ଫେରିବା ପାଇଁ ୧୮ ମାସ ହେବ ଅପେକ୍ଷା କରିଥିଲୁ। ଆମେ ପିଏମ ମୋଦିଙ୍କ ନିକଟରେ କୃତଜ୍ଞ। ତାଙ୍କ ସମର୍ଥନ ବିନା ଏହା ଅସମ୍ଭବ ଥିଲା। ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଉଦ୍ୟମକୁ ଆମେ ହୃଦୟରୁ ଧନ୍ୟବାଦ ଦେଉଛୁ। ଭାରତ ସରକାରଙ୍କ ଉଦ୍ୟମ ବିନା ଏହି ଦିନ ସମ୍ଭବ ହୋଇନଥାନ୍ତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !