Masthead

ଲାଂଚ ନେଇ ଭିଜିଲାନ୍ସ ଦ୍ବାରା ତହସିଲଦାର ଗିରଫ

 

ସୁବର୍ଣ୍ଣପୁର,  (ବଡ଼ ଖବର ବ୍ୟୁରୋ):    ତରଭା ତହସିଲର ତହସିଲଦାର ସୁବ୍ରତ କୁମାର ବେହେରା ୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଦ୍ବାରା ସୋମବାର ଗିରଫ ହୋଇଛନ୍ତି । ତରଭା ସହରର କାହ୍ନୁଚରଣ ଦାଶଙ୍କ ଠାରୁ ନିଜ ସରକାରୀ ବାସ ଭବନରେ ନଗଦ ୨୦ ହଜାର ଲାଂଚ ଅର୍ଥ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଦ୍ବାରା ଧରା ପଡିଛନ୍ତି । କାହ୍ନୁଚରଣ ଦାଶ ନିଜ ୧୦ ଡିସିମିଲ ଘରଡିହକୁ ବିକ୍ରି କରିବା ପାଇଁ ସେଲ ଡିଡ୍ ଅନୁମତି ମାଗିଥିବାବେଳେ ତରଭା ସବ୍ ରେଜେଷ୍ଟ୍ରାର୍ ଚାର୍ଜରେ ଥିବା ଅଭିଯୁକ୍ତ ତହସିଲଦାର ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଅଭିଯୋଗ ପାଇ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶରେ ସୁବର୍ଣ୍ଣପୁର,ବଲାଙ୍ଗୀର,ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ୪ଜଣ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ୍ ଏହି ଧରପଗଡ ଅଭିଯାନରେ ସାମିଲ ଥିଲେ । ତହସିଲଦାରଙ୍କ ନାମରେ  ଏକ ମାମଲା ଦାଏର କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?