Masthead

କଳିଯୁଗର କଂସମାମୁ

କଙ୍କଡ଼ାହାଡ଼ (ବଡ଼ ଖବର ବ୍ୟୁରୋ): ମାମୁ ପୁଣି କଂସମାମୁ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରି ଗାଁରୁ ଗିରଫ ହୋଇଛନ୍ତି କଂସମାମୁ । ସମ୍ପର୍କୀୟ ମାମୁଙ୍କ ଜଘନ୍ୟ କାଣ୍ଡ ଶୁଣି ସମସ୍ତେ ଛି ଛି କରୁଛନ୍ତି । ତାଙ୍କୁ କଠୋର ଦଣ୍ଡ ଦେବା ପାଇଁ ଏବେ ସବୁ ମହଲରୁ ଦାବି ହେଉଛି ।

କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଆଜି ସକାଳେ ଗଣମାଧ୍ୟମକୁ କହିଛନ୍ତି, ଗତ ୧୨ ତାରିଖ ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରି ଗାଁ ନିକଟସ୍ଥ ମାରାମ୍ବୁରୁ ନାଳ ନିକଟରୁ ଏକ ୪ବର୍ଷର ଶିଶୁକନ୍ୟାର ଶବ ଉଦ୍ଧାର ହୋଇଥିଲା । ବ୍ୟବଚ୍ଛେଦ ପରେ ଜଣାପଡିଥିଲା ଯେ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଛି । ଏହି ଘଟଣା୧୩ ତାରିଖ ସକାଳେ ସମଗ୍ର ଜିଲ୍ଲାରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଆଦିବାସୀ ଶିଶୁକନ୍ୟାର ଏ ଜଘନ୍ୟ କାଣ୍ଡ ପୋଲିସର ନିଦ ହଜେଇ ଦେଇଥିଲା । ଭାରପ୍ରାପ୍ତ ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଓ ଥାନା ଅଧିକାରୀ ଆଶିଷ ଜେନା କରିଥିଲେ ୭୨ ଘଣ୍ଟାର ତନାଘନା । ଶେଷରେ ଧରା ପଡିଲା କଳିଯୁଗର କଂସମାମୁ ଶଙ୍କର୍ଷଣ ଓରଫ ଶଙ୍କର ଦେହୁରୀ ।

ଖରଖରି ଗାଁର ବିବାହିତ ଶଙ୍କରଙ୍କର ଅଛନ୍ତି ୩ ସନ୍ତାନ । ତଥାପି କାମନା ବାସନା ଚରିତାର୍ଥ କରିବା ପାଇଁ ୪ ବର୍ଷର ସମ୍ପର୍କୀୟା ନିଷ୍ପାପ ଶିଶୁକନ୍ୟାକୁ କରିଥିଲା ଟାର୍ଗେଟ । ୧୨ ତାରିଖରେ ଖରଖରି ଚାଲିଥିଲା ମାରାମ୍ବୁରୁ ହାଟ । ଛୋଟ ଝିଅକୁ ଚାଟ ଖୁଆଇବା ପାଇଁ ଲୋଭ ଦେଖାଇଥିଲା । ଆଉ କୁନି ଝିଅଟି ଚାଲିଥିଲା ଶଙ୍କରଙ୍କ ସାଥୀରେ ହାଟକୁ । ସେଠାରେ ଝିଅକୁ ଚାଟ ଖୁଆଇବା ପରେ ମାରାମ୍ବୁରୁ ନାଳକୁ ନେଇଥିଲେ ଶଙ୍କର । ଆଉ ସେଠାରେ କରିଥିଲା ଦୁଷ୍କର୍ମ । ନିଷ୍ପାପ ଶିଶୁକନ୍ୟାଟି ଯନ୍ତ୍ରଣା ସହି ନପାରି କରିଥିଲା ବିକଳ ଚିକ୍ରାର । କାଳେ କେହି ଘଟଣାସ୍ଥକୁ ଚାଲିଆସିବ ଶଙ୍କର ପଥର ଛେଚି ସବୁଦିନ ପାଇଁ ତା’ ମୁହଁ ବନ୍ଦ କରିଦେଇଥିଲା । ରକ୍ତ ଜୁଡୁବୁଡି ଛୋଟ ଝିଆର ଶରୀର ନିଃଚ୍ଛଳ ହୋଇଯାଇଥିଲା ।
ପୋଲିସ ତଦନ୍ତ କରି ଶଙ୍କରଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ରୁଜୁ ହୋଇଛି ଆଇପିସି ଧାରା ୩୬୩ ,୩୭୬(ଡି ଏବଂ ବି) ,୩୦୨ ଏବଂ ପୋକ୍ସ ଆକ୍ଟ ଭଳି ସଙ୍ଗିନ ମାମଲା । ଅଭିଯୁକ୍ତକୁ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!