Masthead

କଳିଯୁଗର କଂସମାମୁ

କଙ୍କଡ଼ାହାଡ଼ (ବଡ଼ ଖବର ବ୍ୟୁରୋ): ମାମୁ ପୁଣି କଂସମାମୁ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରି ଗାଁରୁ ଗିରଫ ହୋଇଛନ୍ତି କଂସମାମୁ । ସମ୍ପର୍କୀୟ ମାମୁଙ୍କ ଜଘନ୍ୟ କାଣ୍ଡ ଶୁଣି ସମସ୍ତେ ଛି ଛି କରୁଛନ୍ତି । ତାଙ୍କୁ କଠୋର ଦଣ୍ଡ ଦେବା ପାଇଁ ଏବେ ସବୁ ମହଲରୁ ଦାବି ହେଉଛି ।

କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଆଜି ସକାଳେ ଗଣମାଧ୍ୟମକୁ କହିଛନ୍ତି, ଗତ ୧୨ ତାରିଖ ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରି ଗାଁ ନିକଟସ୍ଥ ମାରାମ୍ବୁରୁ ନାଳ ନିକଟରୁ ଏକ ୪ବର୍ଷର ଶିଶୁକନ୍ୟାର ଶବ ଉଦ୍ଧାର ହୋଇଥିଲା । ବ୍ୟବଚ୍ଛେଦ ପରେ ଜଣାପଡିଥିଲା ଯେ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଛି । ଏହି ଘଟଣା୧୩ ତାରିଖ ସକାଳେ ସମଗ୍ର ଜିଲ୍ଲାରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଆଦିବାସୀ ଶିଶୁକନ୍ୟାର ଏ ଜଘନ୍ୟ କାଣ୍ଡ ପୋଲିସର ନିଦ ହଜେଇ ଦେଇଥିଲା । ଭାରପ୍ରାପ୍ତ ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଓ ଥାନା ଅଧିକାରୀ ଆଶିଷ ଜେନା କରିଥିଲେ ୭୨ ଘଣ୍ଟାର ତନାଘନା । ଶେଷରେ ଧରା ପଡିଲା କଳିଯୁଗର କଂସମାମୁ ଶଙ୍କର୍ଷଣ ଓରଫ ଶଙ୍କର ଦେହୁରୀ ।

ଖରଖରି ଗାଁର ବିବାହିତ ଶଙ୍କରଙ୍କର ଅଛନ୍ତି ୩ ସନ୍ତାନ । ତଥାପି କାମନା ବାସନା ଚରିତାର୍ଥ କରିବା ପାଇଁ ୪ ବର୍ଷର ସମ୍ପର୍କୀୟା ନିଷ୍ପାପ ଶିଶୁକନ୍ୟାକୁ କରିଥିଲା ଟାର୍ଗେଟ । ୧୨ ତାରିଖରେ ଖରଖରି ଚାଲିଥିଲା ମାରାମ୍ବୁରୁ ହାଟ । ଛୋଟ ଝିଅକୁ ଚାଟ ଖୁଆଇବା ପାଇଁ ଲୋଭ ଦେଖାଇଥିଲା । ଆଉ କୁନି ଝିଅଟି ଚାଲିଥିଲା ଶଙ୍କରଙ୍କ ସାଥୀରେ ହାଟକୁ । ସେଠାରେ ଝିଅକୁ ଚାଟ ଖୁଆଇବା ପରେ ମାରାମ୍ବୁରୁ ନାଳକୁ ନେଇଥିଲେ ଶଙ୍କର । ଆଉ ସେଠାରେ କରିଥିଲା ଦୁଷ୍କର୍ମ । ନିଷ୍ପାପ ଶିଶୁକନ୍ୟାଟି ଯନ୍ତ୍ରଣା ସହି ନପାରି କରିଥିଲା ବିକଳ ଚିକ୍ରାର । କାଳେ କେହି ଘଟଣାସ୍ଥକୁ ଚାଲିଆସିବ ଶଙ୍କର ପଥର ଛେଚି ସବୁଦିନ ପାଇଁ ତା’ ମୁହଁ ବନ୍ଦ କରିଦେଇଥିଲା । ରକ୍ତ ଜୁଡୁବୁଡି ଛୋଟ ଝିଆର ଶରୀର ନିଃଚ୍ଛଳ ହୋଇଯାଇଥିଲା ।
ପୋଲିସ ତଦନ୍ତ କରି ଶଙ୍କରଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ରୁଜୁ ହୋଇଛି ଆଇପିସି ଧାରା ୩୬୩ ,୩୭୬(ଡି ଏବଂ ବି) ,୩୦୨ ଏବଂ ପୋକ୍ସ ଆକ୍ଟ ଭଳି ସଙ୍ଗିନ ମାମଲା । ଅଭିଯୁକ୍ତକୁ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି