Masthead

ଶ୍ରୀଜିଉଙ୍କ ଦର୍ଶନ ଆଶା ବଢ଼ିଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଯୋଗୁଁ ଦୀର୍ଘ ୮ମାସ ହେଲା ଭକ୍ତଙ୍କୁ ବାରଣ କରାଯାଇଛି ଶ୍ରୀମନ୍ଦିର । ଏହା ମଧ୍ୟରେ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ପ୍ରଭୁ ବଳଭଦ୍ରଙ୍କ ଅନେକ ନୀତିକାନ୍ତି ଚାଲୁଥିଲେ ମଧ୍ୟ ଭକ୍ତ କିନ୍ତୁ ତା’ର ଆରାଧ୍ୟଙ୍କ ଦର୍ଶନ ପାଉନି । ବିକଳ ହେଉଛି ଭକ୍ତ । ଏପରିକି କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ନପାଇ ହବିଷ୍ୟାଳିମାନେ ନିଜକୁ ତୁଚ୍ଛ ମଣୁଛନ୍ତି । ସେବାୟତମାନେ ମଧ୍ୟ ଶ୍ରୀମନ୍ଦିର ଖୋଲିବା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାସତ୍ତେ୍ୱ ଖୋଲୁନି ଶ୍ରୀମନ୍ଦିର । ଭକ୍ତଙ୍କ ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମନ୍ଦିର ।
ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଦର୍ଶନ ପ୍ରସ୍ତୁତି ଓ ରୂପରେଖ ସମ୍ପର୍କରେ ଏକ କମିଟି ଗଠନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କିଷନ କୁମାର ସୂଚନା ଦେଇଛନ୍ତି । ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ଏକମାସ ସମୟ ଲାଗିବ ବୋଲି ସେ କହିଛନ୍ତି । ଆସନ୍ତା ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ପ୍ରସ୍ତୁତି ଶେଷ ହେବ ।
ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ କମିଟିରେ ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ,ଏସପି ସଦସ୍ୟ ରହିବେ । ଏମାନେ ମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ଆଲୋଚନା କରିବେ । କାହାକୁ କେମିତି ଦର୍ଶନ ପାଇଁ ଅନୁମତି ଦିଆଯିବ କମିଟି ନିଷ୍ପତ୍ତି ନେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ଅନୁମୋଦନ କରାଯାଇଛି । ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା