Masthead

ଶ୍ରୀଜିଉଙ୍କ ଦର୍ଶନ ଆଶା ବଢ଼ିଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଯୋଗୁଁ ଦୀର୍ଘ ୮ମାସ ହେଲା ଭକ୍ତଙ୍କୁ ବାରଣ କରାଯାଇଛି ଶ୍ରୀମନ୍ଦିର । ଏହା ମଧ୍ୟରେ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ପ୍ରଭୁ ବଳଭଦ୍ରଙ୍କ ଅନେକ ନୀତିକାନ୍ତି ଚାଲୁଥିଲେ ମଧ୍ୟ ଭକ୍ତ କିନ୍ତୁ ତା’ର ଆରାଧ୍ୟଙ୍କ ଦର୍ଶନ ପାଉନି । ବିକଳ ହେଉଛି ଭକ୍ତ । ଏପରିକି କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ନପାଇ ହବିଷ୍ୟାଳିମାନେ ନିଜକୁ ତୁଚ୍ଛ ମଣୁଛନ୍ତି । ସେବାୟତମାନେ ମଧ୍ୟ ଶ୍ରୀମନ୍ଦିର ଖୋଲିବା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାସତ୍ତେ୍ୱ ଖୋଲୁନି ଶ୍ରୀମନ୍ଦିର । ଭକ୍ତଙ୍କ ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମନ୍ଦିର ।
ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଦର୍ଶନ ପ୍ରସ୍ତୁତି ଓ ରୂପରେଖ ସମ୍ପର୍କରେ ଏକ କମିଟି ଗଠନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କିଷନ କୁମାର ସୂଚନା ଦେଇଛନ୍ତି । ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ଏକମାସ ସମୟ ଲାଗିବ ବୋଲି ସେ କହିଛନ୍ତି । ଆସନ୍ତା ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ପ୍ରସ୍ତୁତି ଶେଷ ହେବ ।
ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ କମିଟିରେ ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ,ଏସପି ସଦସ୍ୟ ରହିବେ । ଏମାନେ ମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ଆଲୋଚନା କରିବେ । କାହାକୁ କେମିତି ଦର୍ଶନ ପାଇଁ ଅନୁମତି ଦିଆଯିବ କମିଟି ନିଷ୍ପତ୍ତି ନେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ଅନୁମୋଦନ କରାଯାଇଛି । ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି