Masthead

ତାତିଲା ଯୁବ କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଉଁ କ୍ଷେତ୍ରରେ ଅବସ୍ଥାନ କରିଛନ୍ତି, ତାହା ହେଉଛି ପବିତ୍ର ଶ୍ରୀକ୍ଷେତ୍ର ବା ପୁରୀ । ଶ୍ରୀକ୍ଷେତ୍ର ପୁରୀ ଭାରତର ଚାରିଧାମ ମଧ୍ୟରୁ ଶ୍ରେଷ୍ଠ । ଏଠାରେ ବାଲି ଗରଡ଼ାରୁ ଶାଳଗ୍ରାମ ଭାବେ ପୂଜା କରାଯାଏ । ବାର ମାସରେ ତେରପର୍ବ ଓ ବିଶ୍ୱ ପ୍ରସିଦ୍ଧରଥଯାତ୍ରା ପାଇଁ ପୁରୀର ରହିଛି ସ୍ୱତନ୍ତ୍ର ପରିଚୟ । ଏହି ଧାମକୁ ଯୀଶୁଖ୍ରୀଷ୍ଟଙ୍କ ଠାରୁ ଆରମ୍ଭ କରି ମହମ୍ମଦ, ନାନକ, ଚୈତନ୍ୟ ଛୁଟି ଆସିଛନ୍ତି । କେବଳ ସେତିକି ନୁହେଁ ପୃଥିବୀର ସମସ୍ତ ଧର୍ମର ଗୁରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇ ସୃଷ୍ଟି କରିଛି ନୂତନ ଭାବଧାରା । ସର୍ବଧର୍ମ ସମନ୍ୱୟର କ୍ଷେତ୍ର ଶ୍ରୀକ୍ଷେତ୍ରରେ ବିଭିନ୍ନ ଧର୍ମର ଗୁରୁମାନେ ବର୍ଷ ବର୍ଷ ଧରି ଅବସ୍ଥାନ କରି ମହାପ୍ରଭୁଙ୍କୁ ଆରାଧନା କରିଛନ୍ତି ।

ମାତ୍ର ଦୁର୍ଭାଗ୍ୟର କଥା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ଭାରତୀୟ ଯୁବ କଂଗ୍ରେସ ପୁରୀ ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି । ଲେଖାଶ୍ରୀଙ୍କ ବୟାନ ବିରୋଧରେ ଯୁବ କଂଗ୍ରେସ ଟାଉନ ଥାନାରେ ଏତଲା ଦେଇଛି । ବିଜେପି ନେତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଯୁବ କଂଗ୍ରେସ ଦାବି କରିଛି ।

ପୁରୀ ସହରର ପରିଚୟ କେହି ଜାଣି ନ ଥିଲେ । ପୁରୀ କହିଲେ କଲିକତା ସହରରେ ବୋଲି ଦେଶବାସୀ ଜାଣିଥିଲେ । କିନ୍ତୁ ବିଜେପି ନେତା ସମ୍ବିତ ପାତ୍ର ଏଠାରେ ସାଂସଦ ପ୍ରତିଦ୍ୱନ୍ଦୀ ଥିବାରୁ ଦେଶବାସୀ ପୁରୀ ସହରକୁ ଜାଣିଲେ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା