Masthead

ସମ୍ବଲପୁର, ବାଲେଶ୍ୱରରେ ପ୍ରେସ ଦିବସ

ସମ୍ବଲପୁର/ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ପ୍ରେସ୍‌ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟସୁଆଲ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ ସମ୍ବଲପୁର ପ୍ରେସ କ୍ଲବର ସଦସ୍ୟ ତଥା ଗଣମାଧ୍ୟମରେ କାର୍ଯ୍ୟରତ ସମସ୍ତ ସାମ୍ବଦିକଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଥିଲେ। ବିପରୀତ ପରିସ୍ଥିତିରେ ସାମ୍ବାଦିକମାନେ ଯେଉଁଭଳି ଭାବରେ ଅନବରତ କାର୍ଯ୍ୟ କରୁଛନ୍ତି ତାହାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଏହାସହ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରେସର ସ୍ୱାଧୀନତା, ଉନ୍ନତ ଶିକ୍ଷା ବ୍ୟବସ୍ଥା, କୃଷିର ବିକାଶ ଆଦି ବିଭିନ୍ନ ଦିଗ ଉପରେ ଦିଗଦର୍ଶନ ଦେଇଥିଲେ। ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ପ୍ରେସ କ୍ଲବ ପକ୍ଷରୁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ବଲପୁର ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ।

ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ମିଡିଆ ଫୋରମ ତରଫରୁ ଜାତୀୟ ପ୍ରେସ ଦିବସ ଏମ୍ସ କମ୍ପ୍ୟୁଟର ସେଣ୍ଟର ପରିସରରେ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ବାଲିଆପାଳ ବିଡିଓ ଛବିରାଣୀ ସାହୁ ମୁଖ୍ୟଅତିଥି, ତହସିଲଦାର ଦୀପକ କୁମାର ଦାସ ଓ ଥାନା ଅଧିକାରୀ ବିମଳ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋକପାତ କରିଥିଲେ। ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ, କେନ୍ଦ୍ରମନ୍ତ୍ରୀଙ୍କ ବାଲିଆପାଳ ବ୍ଲକ ପ୍ରତିନିଧି ମହେଶ୍ୱର ଜେନା, ବିଶିଷ୍ଟ ସାହିତ୍ୟିକ କାଳିପଦ ପଣ୍ଡା, ଯୁବନେତା ବିକାଶ ଗିରି, ଅରବିନ୍ଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ସାହୁ ଓ କାଳିପଦ ପଣ୍ଡାଙ୍କୁ ପ୍ରେସ୍ ଦିବସରେ ବିଡିଓ ସାହୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାଲିଆପାଳ ଅଞ୍ଚଳର ବିଶିଷ୍ଟ ବଲିଉଡ୍ ଅଭିନେତା ରତିକାନ୍ତ କାମିଳା ଓ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁପରଭାଇଜର ରମାକାନ୍ତ କରଙ୍କୁ କରୋନା ଯୋଦ୍ଧା ଭାବରେ ତହସିଲଦାର ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ବାଲିଆପାଳ ମିଡିଆ ଫୋରମର ସମସ୍ତ ସାମ୍ବାଦିକ ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ