Masthead

ନାଲକୋ ପ୍ଳାଣ୍ଟରେ ଶ୍ରମିକ ମୃତ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ନାଲକୋର ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଅନୁୠୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ନଗର ସ୍ମେଲଟର ପ୍ଲାଣ୍ଟରେ ଆଜି ଜଣେ କାର୍ୟ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସ୍ମେଲଟର କାରଖାନାରେ ଅକ୍ଷୟ ଦେହୁରୀ (୪୭) ମା’ ମଙ୍ଗଳା କନଷ୍ଟ୍ରକସନରେ ସିଟି ଛପର କାମ କରୁଥିବା ସମୟରେ ଉପରୁ ଖସି ପଡିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଘର ତୁଳସୀପାଳ ଗ୍ରାମରେ ବୋଲି ଜଣାପଡ଼ିଛି । ଶବକୁ କାରଖାନା ଭିତରେ ରଖି ସେହି ସ୍ଥାନରେ କାମ କରୁଥିବା ସମସ୍ତ ଠିକା କର୍ମଚାରୀ କାରଖାନା ଭିତରୁ ଶବକୁ ବାହାରକୁ ଛାଡୁନାହାନ୍ତି । ଅକ୍ଷୟ ବିନା ସୁରକ୍ଷା ଉପକରଣରେ କାମ କରୁଥିଲେ ବୋଲି ଜଣାପଡ଼ିଛି । ନାଲକୋ କର୍ତ୍ତୃପକ୍ଷ ବିନା ସୁରକ୍ଷା ଉପକରଣରେ ଶ୍ରମିକଙ୍କୁ କିପରି କାର୍ଯ୍ୟ କରାଉଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା