Masthead

ପୋଲିସ ହାତରେ ନାବାଳକ ରୋମିଓ

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପାରିଓରଡ଼ ଗାଁରୁ ଆସିଛି ଏକ ଅଭାବନୀୟ ଘଟଣା । ପାରିଓରଡ଼ ଗାଁ ନିକଟସ୍ଥ ଭାସ୍କରପୁର ଗାଁର ଜଣେ ଶିକ୍ଷୟିତ୍ରୀଙ୍କ ପାଖକୁ ଟ୍ୟୁସନ ହେବା ପାଇଁ ଯାଇଥାନ୍ତି ୭ବର୍ଷର ନାବାଳିକା । ଛାତ୍ରୀଙ୍କୁ ନେବା ଆଣିବା କରିଥାନ୍ତି ତାଙ୍କ ଭାଇ। ଗତକାଲି ସନ୍ଧ୍ୟାରେ ଛାତ୍ରୀଙ୍କ ଭାଇ ଆସି ନଥିଲେ । ବାଧ୍ୟ ହୋଇ ଶିକ୍ଷୟିତ୍ରୀ ତାଙ୍କର ଜଣେ ୧୫ବର୍ଷର ଛାତ୍ରଙ୍କୁ ଛାତ୍ରୀଙ୍କ ସହ ତାଙ୍କ ଗାଁକୁ ପଠାଇ ଥିଲେ । ହେଲେ ରାସ୍ତା ମଝିରେ ଥିବା ଏକ କାଜୁ ବଗିଚାରେ ଛାତ୍ର ଜଣକ ଛାତ୍ରୀକୁ ଅସଦାଚରଣ ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ବିକଳରେ ପାଟି କରିଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଛାତ୍ର ଜଣକ ସେଠାରୁ ଚମ୍ପଟ ମାରିଥିଲେ ।

ନାବାଳିକା ଛାତ୍ରୀଟି କାନ୍ଦି କାନ୍ଦି ଘରେ କହିଥିଲେ ସମସ୍ତ କଥା । ତାଙ୍କ ବାପା କିଛି ଭଦ୍ର ଲୋକଙ୍କୁ ନେଇ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ। ହେଲେ ତାଙ୍କ ମାଆ ଭଦ୍ର ଲୋକମାନଙ୍କୁ ଅସଦ୍ ଭାଷାରେ ଗାଳିଗୁଲଜ କରିବା ସହ ଯାହା କରିବାର ଅଛି କର ବୋଲି କହିଥିଲେ । ବାଧ୍ୟ ହୋଇ ପୀଡ଼ିତାଙ୍କ ବାପା ଟାଙ୍ଗୀ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୋଲିସ ଆରମ୍ଭ କରିଥିଲା କାର୍ଯ୍ୟାନୁଷ୍ଠାନ । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ପୋଲିସ । ପରେ ନାବାଳକ ଅଭିଯୁକ୍ତକୁ ଥନାରେ ପଚରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ