Masthead

ପଙ୍ଗୁ କରିଦେଲେ

ସାଲେପୁର (ବଡ଼ ଖବର ବ୍ୟୁରୋ): ଭଲ କରିବା ବଦଳରେ କରିଦେଲେ ପଙ୍ଗୁ । ଅପରେସନ ପରେ ପଙ୍ଗୁ ହୋଇଗଲା ଗାଈ । ଏଗଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ ବାଲିସାହି ଗାଁରୁ । ପ୍ରାଣୀ ଡାକ୍ତର ଗାଈର ଖଲିଆ ଅପରେସନ କରି ଗାଈକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଉଛନ୍ତି ସାଲେପୁର ବାଲିସାହି ଗାଁର ପରୀକ୍ଷିତ ବେହେରା। ପରୀକ୍ଷିତ ବେହେରାଙ୍କ ଗାଈର ଖଲିଆ ରୋଗଥିଲା । ଗାଈକୁ ଭଲ କରିବା ପାଇଁ ପରୀକ୍ଷିତ ସାଲେପୁର ପ୍ରାଣୀ ଡାକ୍ତର ବିବେକାନନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଡାକ୍ତର ତାଙ୍କୁ ଅପରେସନ ପାଇଁ ପରାମର୍ଶ ଦେଇଥିଲେ। ପରେ ଡାକ୍ତର ପରୀକ୍ଷିତଙ୍କ ଠାରୁ ୨ହଜାର ଟଙ୍କା ନେଇ ଅପରେସନ କରିଥିଲେ।

ଗାଈ ମଧ୍ୟ ଭଲ କ୍ଷୀର ଦେଉଥିଲା। କ୍ଷୀର ବିକି ପରୀକ୍ଷିତ ପରିବାର ଚଳୁଥିଲା। ହେଲେ ଅପରେସନ ପରେ ଗାଈ ଭଲହେବା ବଦଳରେ ଦିନକୁ ଦିନ ଅସୁସ୍ଥ ହେବାକୁ ଲାଗିଲା। ଫଳରେ ଗାଈଟି ଏବେ ଚାଲିବା ପରିବର୍ତେ୍ତ ଶୋଇ ରହୁଛି । ଏଭଳି ଅଵସ୍ଥା ଦେଖି ଗାଈ ମାଲିକ ପରୀକ୍ଷିତ ଡାକ୍ତର ବାବୁଙ୍କୁ ଯୋଗାଯୋଗ କଲେ ମଧ୍ୟ ସେ ତାଙ୍କ ଫୋନ ଉଠାଉ ନାହାନ୍ତି କି ଯୋଗାଯୋଗରେ ରହୁନାହାନ୍ତି। ପରେ ପରୀକ୍ଷିତ ଡାକ୍ତର ବିବେକାନନ୍ଦ ସାହୁଙ୍କୁ ଭେଟି ସମସ୍ତ କଥା କହିଥିଲେ । ପରେ ଡାକ୍ତର ଗାଳିଗୁଲଜ କରିଥିବା ପରୀକ୍ଷିତ ବେହେରା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଗାଈର ଉଚିତ ମୂଲ୍ୟ ମଧ୍ୟ ଦାବିକରିଛନ୍ତି। ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ