ମନ୍ଦିର ଖୋଲିବାକୁ ଘଣ୍ଟ ମାଡ଼

ଯାଜପୁର ଟାଉନ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଯୋଗୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ତଥା ରାଜ୍ୟର ଅନ୍ୟତମ ଶକ୍ତିପୀଠ ମା’ ବିରଜାଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଗତ ମାର୍ଚ୍ଚ ୧୯ରୁ ରୋକ୍ ଲାଗିଛି । ଏହି ଭିତରେ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ସମୟ ବିତିଛି । ଆଉ ଏହି ସମୟ ଭିତରେ ମନ୍ଦିରର ଅଙ୍ଗଲାଗି ସେବାୟତମାନେ ଭକ୍ତଙ୍କ କୌଣସି ପୂଜା କାର୍ଯ୍ୟ କରିପାରୁ ନ ଥିବାରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବିରଜାଙ୍କ ମନ୍ଦିର ପରିସରରେ ନାଭିଗୟା ରହିଛି । ନାଭିଗୟାକୁ ଭାରତର ବିଭିନ୍ନ ପ୍ରଦେଶରୁ ଭକ୍ତମାନେ ଆସି ପିଣ୍ଡଦାନ କରିବା ସହ ମା’ଙ୍କୁ ଦର୍ଶନ କରିଥାନ୍ତି । ମାତ୍ର ମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ବନ୍ଦ ଥିବାରୁ ଏବଂ ଭକ୍ତମାନେ ମନ୍ଦିରକୁ ଯାଉ ନ ଥିବାରୁ ସେବାୟତମାନେ କୌଣସି ପୂଜା କାର୍ଯ୍ୟ କରିପାରୁନାହାନ୍ତି କି ଦାନ ଦକ୍ଷିଣା ମଧ୍ୟ ପାଇପାରୁନାହାନ୍ତି । ଫଳରେ ୭ ମାସରୁ ଅଧିକ ସମୟ ହେବ ପୂଜାକାର୍ଯ୍ୟ ନ ଥିବାରୁ ସେବାୟତମାନେ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି । ସରକାର ମଧ୍ୟ ସେବାୟତଙ୍କୁ କୌଣସି ଆର୍ଥିକ ସାହାଯ୍ୟ ଯୋଗାଇ ନାହାନ୍ତି । ଜୀବନ ସହ ଜୀବିକା ଦାବି କରି ମା’ ବିରଜା ମନ୍ଦିରର ଅଙ୍ଗଲାଗି ସେବାୟତମାନେ ମଙ୍ଗଳବାର ସକାଳେ ୯ ମିନିଟ ପର୍ଯ୍ୟନ୍ତ ଘଣ୍ଟ ବଜାଇ ମନ୍ଦିର ଖୋଲିବାକୁ ଦାବି କରିଥିଲେ । ଓଡ଼ିଶା ମନ୍ଦିର ସେବାୟତ ସଘଂ ଡାକରାକୁ ବିରଜା ମନ୍ଦିର ସେବାୟତମାନେ ସମର୍ଥନ କରି ଘଣ୍ଟମାଡ଼ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!