Masthead

ସୁସ୍ଥ କରିବାକୁ ନେଇ ପୁଅକୁ ହରାଇଲେ

ନୂଆଗାଁ (ବଡ଼ ଖବର ବ୍ୟୁରୋ): ସାମାନ୍ୟ ଥଣ୍ଡା କାଶରେ ପୀଡ଼ିତ ଥିଲେ । କ୍ଲିନିକକୁ ପୁଅକୁ ଚିକିତ୍ସା କରାଇବା ଲାଗି ନେଇଥିଲେ । ସୁସ୍ଥ ହେବା ପରିବର୍ତ୍ତେ ପୁଅ ହରାଇଲେ ବାପା । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସର ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର ।
ମାଳିସର ଗାଁର ବିଶ୍ୱନାଥ ପରିଡାଙ୍କ ୧୦ ବର୍ଷର ପୁଅ ରାଜେନ୍ଦ୍ରକୁ କିଛିଦିନ ହେଲା ଥଣ୍ଡା କାଶ ଲାଗିରହିଥିଲା। ପୁଅର ଚିକିତ୍ସା କରାଇବା ଲାଗି ନିକଟସ୍ଥ ଦୁର୍ଦୁରା ଗ୍ରାମରେ ଥିବା ଏକ ଘରୋଇ କ୍ଲିନିକକୁ ନେଇଥିଲେ ବିଶ୍ୱନାଥ। ଡାକ୍ତର ପ୍ରମୋଦ କୁମାର ପାତ୍ର ରାଜେନ୍ଦ୍ରଙ୍କୁ ଇଞ୍ଜେକସନ ଦେଇଥିଲେ । ସଙ୍ଗେ ସଙ୍ଗେ ରାଜେନ୍ଦ୍ର ବେହୋଶ ହୋଇଯାଇଥିଲେ । ଉପାୟ ନପାଇ ଡାକ୍ତର ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦେଇଥିଲେ । ଡାକ୍ତର ସେଠାରେ ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଚିକିତ୍ସା ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ବିଶ୍ୱନାଥ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ