Masthead

ରଣପୁରରେ ସତ୍ୟବ୍ରତ

ରଣପୁର(ବଡ଼ ଖବର ବ୍ୟୁରୋ ): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଘୋଷଣା ଦାବିରେ ବିଭିନ୍ନ ସଂଗଠନ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏ ପରିପ୍ରେକ୍ଷୀରେ ଓଡ଼ିଶା ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାଶ ଆଜି ବୁଧବାର ସନ୍ଧ୍ୟାରେ ରଣପୁର ବ୍ଲକରେ ପହଞ୍ଚିଥିଲେ। ସେ ୨୦୧୯ ଜୁଲାଇ ୧୦ରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ପଦଯାତ୍ରାରେ ବାହାରିଥିଲେ। ଆଜି ପର୍ଯ୍ୟନ୍ତ ୪୯୮ ଦିନର ପ୍ରାୟ ୮୭୦୦ କିଲୋମିଟର ଅତିକ୍ରମ କରି ରଣପୁର ସମେତ ୨୭୬ ବ୍ଲକରେ ଦାବିପତ୍ର ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି। ସେ ଆଜି ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଓଡ଼ଗାଁ, ନୂଆଗାଁ, ଖଣ୍ଡପଡା ସମେତ ଅନ୍ୟାନ୍ୟ ବ୍ଲକ ଅତିକ୍ରମ କରି ଦର୍ପଣରାୟଣପୁର ଦେଇ ରଣପୁରର ଶହୀଦ ରଘୁ ଦିବାକର ସ୍ମୃତି ମଣ୍ଡପ ନିକଟରେ ପହଞ୍ଚିଥିଲେ । ସେଠାରେ ରଣପୁର ଆଞ୍ଚଳିକ ସମ୍ବାଦ ସଂଘ ସମେତ ଅନ୍ୟାନ୍ୟ ସଂଗଠନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏ ଅବସରରେ ରଣପୁରର ବିଭିନ୍ନ ସ୍ୱେଚ୍ଛାସେବୀ, ଆଇନଜୀବୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ରହି ତାଙ୍କର ଏ ପଦଯାତ୍ରାକୁ ପ୍ରଶଂସା କରିବା ସହ ତାଙ୍କର ସଫଳତା କାମନା କରିଥିଲେ । ପରିଶେଷରେ ସେଠାରୁ ବାହାରି ସହର ପରିକ୍ରମା କରି ପଦଯାତ୍ରାରେ ଯାଇ ବିଡିଓଙ୍କ ନିକଟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ରାଜ୍ୟର ଅନ୍ୟାନ୍ୟ ବ୍ଲକ ଅତିକ୍ରମ କରି ଦାବିପତ୍ର ପ୍ରଦାନ କରିବେ ବୋଲି ସତ୍ୟବ୍ରତ କହିଚନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ