Masthead

୫ ଗିରଫ, ୪୦୦ ଗ୍ରାମ ସୁନା ଉଦ୍ଧାର

ସୋର (ବଡ଼ ଖବର): ବାଲେଶ୍ୱର ଜିଲ୍ଲା ସୋର ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ଜଣେ ଗହଣା ବ୍ୟବସାୟୀଙ୍କ ନିକଟରୁ ଡକାୟତି ଘଟଣାରେ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ୪୦୦ ଗ୍ରାମ ସୁନା ଉଦ୍ଧାର ହୋଇଛି । ଗତ ୫ ତାରିଖରେ କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ଜଣେ ଗହଣା ବ୍ୟବସାୟୀ ବାଲେଶ୍ୱରେ କିଛି ଗହଣା ବ୍ୟବସାୟୀଙ୍କୁ ଗହଣା ଦେଇ ସୋର ଅଭିମୁଖେ ଆସୁଥିଲେ । ୧୬ ନଂ ଜାତୀୟ ରାଜପଥର ବିଦୁ ନିକଟରେ ଦୁଇଟି ବାଇକରେ ୬ ଜଣ ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ଉକ୍ତ ବ୍ୟବସାୟୀଙ୍କ ନିକଟରେ ଥିବା ୬୦୦ ଗ୍ରାମର ସୁନାଗହଣା ଲୁଟିନେଇଥିଲେ । ଗହଣା ବ୍ୟବସାୟୀ ଜଣକ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୫ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୦୦ ଗ୍ରାମ ସୁନା ଉଦ୍ଧାର କରିବା ସହ ଏକ ତେଲଙ୍ଗା କଟୁରି ଓ ୨ଟି ବାଇକ୍, ୧୦ଟି ମୋବାଇଲ ଜବତ କରିଛି । ତେବେ ଗିରଫ ହୋଇଥିବା ଡକାୟତମାନଙ୍କ ମଧ୍ୟରେ ଜଣେ ଇଞିନିୟରଂ ଛାତ୍ର ଥିବା ଜଣାପଡିଛି । ଗିରଫ ଡକାୟତମାନେ ହେଲେ ରେମୁଣା ଥାନା ଅଞ୍ଚଳର ସାନ୍ତନୁ ଦାସ, ରମାକାନ୍ତ ଦାସ, ରତିକାନ୍ତ ଦାସ,ଚିନ୍ମୟ ଦାସ ଓ ସଦର ଥାନା ଅଞ୍ଚଳର ଜିତେନ୍ଦ୍ର ମହାପାତ୍ର । ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ