Masthead

କଟକ ଫାଇନାନ୍ସ ସଂସ୍ଥାରୁ ଲୁଟ୍ ପରେ ସଜାଗ ହେଲା ପୋଲିସ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଦିନ ଦ୍ୱିପ୍ରହରରେ ଲୁଟ୍ । ତାହା ପୁଣି ବ୍ୟଙ୍କ୍ ଭିତରୁ । କଟକ ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥାରୁ ଦିନ ଦ୍ୱିପ୍ରହରରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ୧୦ରୁ ୧୨କୋଟି ଟଙ୍କାର ସୁନାଗହଣା । ଏହି ଘଟଣା ପରେ ଏବେ ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। କଟକ-ପାରାଦୀପ ରାସ୍ତାର ପ୍ରତି ଛକ ଓ ସମ୍ବେଦନଶୀଳ ସ୍ଥାନରେ ଆଜି ଦିନ ୧୦ଟା ପରଠାରୁ ପୋଲିସ କଡ଼ାକଡ଼ି ଯାଞ୍ଚ କରୁଛି। ରାସ୍ତାରେ ଯାତାୟାତ କରୁଥିବା ପ୍ରତ୍ୟେକ ଗାଡ଼ିକୁ ତନଖି କରାଯାଉଛି। ଅନ୍ୟପଟେ ପାରାଦୀପ ଲକ୍ ଥାନା ଅଧୀନ ଭୂତମୁଣ୍ଡାଇ ବଜାରଠାରେ ଲକ୍ ଥାନା ପକ୍ଷରୁ ମଧ୍ୟ ଗାଡ଼ି ଯାଞ୍ଚ କରାଯାଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର