Masthead

ତହସିଲ ଅଫିସରେ ଅଗ୍ନିକାଣ୍ଡ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ତ । ଆଜି ସକାଳ ସାଢେ ୯ଟା ସମୟରେ ଏହି ଅଗ୍ନିକାଣ୍ତ ଘଟିଥିବା ସୂଚନା ମିଲିଛି । ଘଟଣା ସ୍ଥଲରେ ରେଙ୍ଗାଲୀ ଅଗ୍ନିସମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ମିଲିଥିବା ସୂଚନା ମୁତାବକ ରେଙ୍ଗାଳି ବ୍ଲକ ତିଲେଇମାଲ ଗ୍ରାମର ଜଣେ ଯୁବକ ନିଜର କୌଣସି କାମ ପାଇ ତହସିଲ ଅଫିସକୁ ବାରମ୍ବାର ଆସି ନୟାନ୍ତ ହୋଇଥିବା ଅଭିଯୋଗ ହୋଇଛି । ତେଵେ ବାରମ୍ବାର ତହସିଲ ଅଫିସକୁ ଆସିବା ପରେ ବି ଉକ୍ତ ବ୍ୟକ୍ତି ଜଣଙ୍କକ କୌଣସି କାମ ନହେବାରୁ ଆଜି ସେ ହତୋତ୍ସାହିତ ହୋଇ ତହସିଲ ଅଫିସକୁ ପହଞ୍ଚିଥିଲେ। ଏକ ଅଟୋରେ କିଛି ଟାୟାର ଆଣି ତାଙ୍କ କାଗଜ ପତ୍ରରେ ପେଟ୍ରୋଲ ଢାଳି ତହସିଲ ଅଫିସ ଭିତରକୁ ନେଇ ନିଆ ଲଗାଇଥିବା ଅଭିଯୋଗ ହୋଇଛି । ଫଳରେ ନିଆଁ ପର୍ଯ୍ୟାୟକ୍ରମେ ତହସିଲ ଅଫିସ ବ୍ୟାପି ଯାଇଥିଲା । ରେଙ୍ଗାଳୀ ଅଗ୍ନିସମ ବିଭାଗ ଖବର ପାଇ ତହସିଲ ଅଫିସ ପହଛି ନିଆକୁ ଆୟତ୍ତ କରିଥିଲେ । ସେପଟେ ନିଆ ଲଗାଇଥିବା ବ୍ୟକ୍ତି ଜଣକକୁ ରେଙ୍ଗାଲି ପୋଲିସ ଅଟକ ରଖିଥିବା ସୂଚନା ମିଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ