Masthead

ମହିଳା କରୁଥିଲେ ଗଞ୍ଜେଇ ବେପାର

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର। ନିଶା ପାଇଁ ପରିବାରରେ ହେଉଛି କଳହ । ଉଜୁଡି ଯାଉଛି ପରିବାର। ତେଣେ ମାଲାମାଲ ହେଉଛନ୍ତି ବେପାରୀ ଓ ଅସାଧୁ ପୋଲିସ ବାବୁ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ୍ କୁହୁଡି ବରଗାଡିଆ ସାହିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିଛି । ଗଞ୍ଜେଇ ଚୋରା କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ହେଉଛନ୍ତି ପ୍ରଭାତି ବେହେରା(୫୦)। ସେ ଦୀର୍ଘଦିନ ହେଲା ଚୋରା ଗଞ୍ଜେଇ କାରବାର କରି ଆସୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ସ୍ପେସାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିଲେ । ପରିବାର ର ସମସ୍ତ ସଦସ୍ୟ ଖସିପଳାଇଥିଲେ। ମାତ୍ର ପ୍ରଭାତି ଏକାକୀ ଘରେ ରହି ଯାଇଥିଲେ। ପୋଲିସ୍ ପ୍ରଭାତିଙ୍କ ଘରୁ ୪ ବସ୍ତା ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇ ୩୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୩ ଲକ୍ଷରୁ ଅôଧକ ଟଙ୍କା ହେବ ବୋଲି ଟାଙ୍ଗୀ ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା