Masthead

ମହିଳା କରୁଥିଲେ ଗଞ୍ଜେଇ ବେପାର

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର। ନିଶା ପାଇଁ ପରିବାରରେ ହେଉଛି କଳହ । ଉଜୁଡି ଯାଉଛି ପରିବାର। ତେଣେ ମାଲାମାଲ ହେଉଛନ୍ତି ବେପାରୀ ଓ ଅସାଧୁ ପୋଲିସ ବାବୁ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ୍ କୁହୁଡି ବରଗାଡିଆ ସାହିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିଛି । ଗଞ୍ଜେଇ ଚୋରା କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ହେଉଛନ୍ତି ପ୍ରଭାତି ବେହେରା(୫୦)। ସେ ଦୀର୍ଘଦିନ ହେଲା ଚୋରା ଗଞ୍ଜେଇ କାରବାର କରି ଆସୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ସ୍ପେସାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିଲେ । ପରିବାର ର ସମସ୍ତ ସଦସ୍ୟ ଖସିପଳାଇଥିଲେ। ମାତ୍ର ପ୍ରଭାତି ଏକାକୀ ଘରେ ରହି ଯାଇଥିଲେ। ପୋଲିସ୍ ପ୍ରଭାତିଙ୍କ ଘରୁ ୪ ବସ୍ତା ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇ ୩୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୩ ଲକ୍ଷରୁ ଅôଧକ ଟଙ୍କା ହେବ ବୋଲି ଟାଙ୍ଗୀ ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ