Masthead

ସବୁଠୁ ଧନୀ ଜିଲ୍ଲାରେ ଏମିତି…….

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ଓଡ଼ିଶାର ସବୁଠାରୁ ଧନୀ ଜିଲ୍ଲା ଭାବେ ଆମେ କେନ୍ଦୁଝରକୁ ବୁଝୁ । ପୁଣି ଏହି ଜିଲ୍ଲାରେ କୋଟିପତି ଖଣି ମାଲିକଙ୍କ ଅଭାବ ନାହିଁ । ଏହା ସତ୍ତେ୍ୱ ଜଣେ ଅଜଣା ମହିଳା ସରକାରୀ ଗ୍ୟାରେଜରେ ପଡି ପଡି ମରିବା ଘଟଣା ପ୍ରଶାସନିକ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ବଡ଼ବିଲ ପୌରପରିଷଦ ଗ୍ୟାରେଜ ଭିତରେ ଜଣେ ଅଜଣା ମହିଳା ୭ଦିନ ହେବ ରହିଆସୁଥିଲେ । ଏହି ଅସହାୟା ବୃଦ୍ଧା ଜଣକ କାର୍ଯ୍ୟ ନିର୍ବହୀ ଅଧିକାରୀଙ୍କ ହେପାଜତରେ ସେଠାରେ ଥିଲେ । ତେବେ ଆଜି ଦିନ ୧୦ଟାରେ ସେ ମରିପଡିଥିବା କିଛି ଲୋକ ଦେଖିଥିଲେ ।
ଖାଦ୍ୟାଭାବ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଜଣେ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଥାଇ ଅସହାୟ ମହିଳାଙ୍କ ମୃତ୍ୟୁକୁ ସହଜରେ ହଜମ କରି ପାରୁନାହାନ୍ତି ସାଧାରଣ ଜନତା ।
ବଡ଼ବିଲ ପାଇଁ ପ୍ରକୃତିର ଅବଦାନ କିଛି କମ୍ ନୁହେଁ । ସହର ଲୁହା ପଥର ପାଇଁ ଏହି ଅଞ୍ଚଳ ସାରା ବିଶ୍ୱ ପରିଚିତ । ଏଠାରୁ କୋଟି ଟଙ୍କା ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ଆକାରରେ ନେଉଛନ୍ତି । ଗଢିଉଠିଛି ଅନେକ କଳକାରଖାନା । କୋଟିପତିଙ୍କର ଏଠାରେ ଅଭାବ ନାହିଁ । ହେଲେ ଜଣେ ଅନାଥ ବୃଦ୍ଧାଙ୍କ ପାଇଁ ସମସ୍ତେ ନିରବ । ଅଞ୍ଚଳର ବିକାକା ପାଇଁ ମଳୁଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି । ଏଠାରେ ନା ଗୋଟେ ଭଲ ହସ୍ପିଟାଲ ଅଛି, ରାସ୍ତ । ଅନାଥ ଲୋକ ପାଇଁ ଆଶ୍ରମ ମଧ୍ୟ ନାହିଁ । ଏଠାରେ କିଏ ରାସ୍ତ କଡ଼ରେ ଛୁଆ ଜନ୍ମ କରୁଛି ତ କିଏ ରାସ୍ତରେ ମରିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ