Masthead

ମାରାହେଲା ବେଶ

ପୁରୀ (ବଡ଼ ଖବର ବ୍ୟୁରୋ): ବିତି ଗଲାଣି ଦୀର୍ଘଦିନ । ଖୋଲୁନି ଶ୍ରୀମନ୍ଦିର । ସିଂହଦ୍ୱାର ବନ୍ଦକରି ସେବାୟତମାନେ ଠାକୁରଙ୍କ ନୀତିକାନ୍ତି ଚଳାଇଛନ୍ତି । ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇପାରୁନାହାନ୍ତି । ଭକ୍ତ ବିନା ଶୂନଶାନ ଶ୍ରୀମନ୍ଦିର । ସେବାୟତମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।

ଚାଲିଛି କାର୍ତ୍ତିକ ମାସ । ପ୍ରଚଳିତ ରୀତିନୀତି ଅନୁସାରେ ଶ୍ରୀଜୀଉମୀାନଙ୍କୁ ପଞ୍ଚକ, ପାଞ୍ଚଦିନରେ ସ୍ୱତନ୍ତ୍ର ଭାବେ ବେଶ ହୋଇଥାନ୍ତି । ଆଜି ପଞ୍ଚକର ପ୍ରଥମ ଦିନରେ ଠାକୁର ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥାନ୍ତି । ଆଜି ସକାଳୁ ବେଶ ବଢ଼ିଥିଲା । ସମାପ୍ତ ହେବା ପରେ ମାରା ହୋଇଯାଇଥିଲା । ଜଣେ ସେବକ ଛୁଇଁଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବାୟତମାନେ ଶ୍ରୀଜୀଉଙ୍କର ବେଶ ଓହ୍ଲାଇ ଦେଇଥିଲେ । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କୁ ମହାସ୍ନାନ କରାଯାଇଥିଲା । ମଙ୍ଗଳା ଆଳତୀ ପରେ ପୁଣି ବଢ଼ିଥିଲା ବେଶ । ଠାକୁରଙ୍କ ଏହି ଅପୂର୍ବ ବେଶ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ