Masthead

ଗୋଟିଏ ସେଣ୍ଟରରେ ଜଣେ ପରୀକ୍ଷାର୍ଥୀ

ଉମରକୋଟ(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ଅସନ୍ତୁଷ୍ଟ ଶିକ୍ଷାର୍ଥୀ ଦେଇଛନ୍ତି ପରୀକ୍ଷା । ରାଜ୍ୟ ସରକାରଙ୍କ ଦେଇଥିବା ନମ୍ବରରେ ଖୁସି ନହୋଇ ନିଜେ ହଲକୁ ଯାଇଛନ୍ତି ବିଦ୍ୟାର୍ଥୀ । କାରଣ ସରକାରଙ୍କ ମାର୍କ ଅପେକ୍ଷା ନିଜ ଉପରେ ବେଶି ଭରସା କରିଛନ୍ତି । ହେଲେ ରାଜ୍ୟରେ କରାଯାଇଥିବା ୫୦୪ ସେଣ୍ଟର ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ସେଣ୍ଟର ଏବେ ଚର୍ଚ୍ଚାରେ । କାରଣ ଏହି ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ଗୋଟିଏ ପିଲା । ନିଜ ସହପାଠୀ ମାନେ ମାର୍କରେ ସନ୍ତୁଷ୍ଟ ହୋଇଥିବା ବେଳେ ଏକମାତ୍ର ଅମନ ହରିଜନ ସନ୍ତୁଷ୍ଟ ନହୋଇ ପରୀକ୍ଷା ଦେଇଛନ୍ତି ।

ଅମନ ହରିଜନ ହେଉଛନ୍ତି ଉମରକୋଟ ବଡ଼ ଭରଣ୍ଡି ଉଚ୍ଚ ବିଦ୍ୟାଳୟର ଛାତ୍ର । ଗତ ବର୍ଷ ପରୀକ୍ଷା ଦେବାର ଥିଲା । କିନ୍ତୁ ତାଙ୍କ ଦେହ ଖରାପ ଥିବାରୁ ପରୀକ୍ଷା ଦେଇପାରିନଥିଲେ । ପ୍ରି-ଟେଷ୍ଟ ପରୀକ୍ଷା ମଧ୍ୟ ଦେଇନଥିବାରୁ ଫଳାଫଳ ବାହାରିନଥିଲା । ସେଥିପାଇଁ ଅଫଲାଇନ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ । ଯାହା ଫଳରେ ଠିକ୍ ସମୟରେ ହଲକୁ ପହଞ୍ଚି ପରୀକ୍ଷା ଦେଇଛନ୍ତି ଅମନ ହରିଜନ । ସେଣ୍ଟରରେ ସରକାରଙ୍କ କରୋନା ଏସଓପି ହିସାବରେ ପରୀକ୍ଷା ହୋଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ଅସନ୍ତୁଷ୍ଟ ପିଲାଙ୍କ ପାଇଁ ରାଜ୍ୟରେ ହୋଇଛି ୫୦୪ ସେଣ୍ଟର । ପରୀକ୍ଷା ଦେଉଛନ୍ତି ୧୫ହଜାର ୧୩୬ ପରୀକ୍ଷାର୍ଥୀ । ଏହା ଭିତରୁ ଗୋଟିଏ ସେଣ୍ଟରରେ ଗୋଟିଏ ପିଲା ପରୀକ୍ଷା ଦେଉଥିବା ବେଳେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ