Masthead

କ୍ଷତିପୂରଣ ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ହୀରାକୁଦ ନଦୀବନ୍ଧ ନିର୍ମାଣକୁ ସାତ ଦଶନ୍ଧି ବିତିଲାଣି । ତଥାପି ବିସ୍ଥାପିତଙ୍କୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେଉନାହାନ୍ତି । ଥଇଥାନ କଥା ପଚାରେ କିଏ? ଏବେ ବି ହଜାର ହଜାର ବିସ୍ଥାପିତ ପରିବାର କ୍ଷତିପୂରଣ ନପାଇ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ସରକାର ଏ ଦିଗରେ ଧ୍ୟାନ ନ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି । ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଏହି ସମସ୍ୟା ଦିନକୁ ଦିନ ଜଟିଳ ହେଉଛି । ସରକାର ଏ ଦିଗରେ କୌଣସି ପଦକ୍ଷେପ ନନେଇ ନିରବ ରହିଛନ୍ତି ବୋଲି ସମିତି ଅଭିଯୋଗ କରିଛି । ଦେଶର ବୃହତ୍ତର ସ୍ୱାର୍ଥ ପାଇଁ ସର୍ବସ୍ୱ ତ୍ୟାଗ କରିଥିବା ହୀରାକୁଦ ବିସ୍ଥାପିତ ପରିବାରଙ୍କ ପାଇଁ ସରକାର ଆଖିବୁଜି ବସିଥିବା ସମିତି କହିଛି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ପ୍ରତି ବିସ୍ଥାପିତ ପରିବାରର ସାବାଳକମାନଙ୍କ ନାମରେ ୧୦ ଡିସିମିଲି ଲେଖାଏଁ ଘରଜମି ପଟ୍ଟା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ନିର୍ଦ୍ଦେଶନାମା ଅନୁସାରେ ପ୍ରତି ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଭୂମି ଆବଣ୍ଟନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ମାତ୍ର ଏକ ବର୍ଷ ପରେ ମଧ୍ୟ ଏକ ଲକ୍ଷ ଯୋଗ୍ୟ ପରିବାର ମଧ୍ୟରୁ କେବଳ ୨ହଜାର ପରିବାରକୁ ଜମି ଆବଣ୍ଟନ ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ