Masthead

ଅଜୟ, ଆଲିଆଙ୍କ ପରେ ଅମିର ଯୋଗଦେଲେ ଆର.ଆର.ଆରରେ…

ମୁମ୍ବାଇ (ବଡ ଖବର ବ୍ୟୁରୋ): ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ସହ ଏବେ ଅମିର ଖାନ୍ ଏସଏସ ରାଜାମୌଲିଙ୍କ ଅପକମିଙ୍ଗ ଫିଲ୍ମ ଆର.ଆର.ଆରରେ ଯୋଗଦେଇଛନ୍ତି । ୨୦୨୧ର ସବୁଠୁ ବଡ ବ୍ୟବସାୟିକ ଫିଲ୍ମ ଭାବରେ ଚର୍ଚ୍ଚାରେ ଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଜୁନିଅର ଏନଟିଆର, ରାମ ଚରଣଙ୍କ ସହ ଆଲିଆ ଓ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ । ଏବେ ପୁଣି ଆଉ ଜଣେ ବଲିଉଡର ସୁପରଷ୍ଟାର ଏଥିରେ ଯୋଗଦେଇଛନ୍ତି । ସେହେଲେ ଅମିର ଖାନ୍ । ଅମିର ଫିଲ୍ମରେ ଭଏସ-ଓଭର ଦେଇ ଫିଲ୍ମକୁ ବର୍ଣ୍ଣନା କରିବା ସହ ରାମ ଚରଣ ଓ ଏନଟିଆରଙ୍କୁ ଫିଲ୍ମରେ ଇନଟ୍ରୋଡ୍ୟୁସ କରୁଛନ୍ତି । ଏଥିସହ ଅମିରଙ୍କ ଭଏସ ଫିଲ୍ମର ଟ୍ରେଲରରେ ମଧ୍ୟ ଦେଖିବାକୁ ମିଳିବ, ଏହା ବଲିଉଡ ଫ୍ୟାନ୍ସଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ନିର୍ମାତାଙ୍କ ବିଶ୍ୱାସ । ପୂରା ଫିଲ୍ମରେ ସାଉଥ ଷ୍ଟାରକାଷ୍ଟ ଭରପୁର ଥିବାବେଳେ ଅମିର, ଆଲିୟା ଓ ଅଜୟଙ୍କ ପରି ବଲିଉଡର ନାମିଦାମୀ ଚେହେରାଙ୍କ ଉପସ୍ଥିତି ଫିଲ୍ମକୁ ଆହୁରି ଲୋକପ୍ରିୟ କରିବ ବୋଲି ଆଶାକରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା