Masthead

ଅଜୟ, ଆଲିଆଙ୍କ ପରେ ଅମିର ଯୋଗଦେଲେ ଆର.ଆର.ଆରରେ…

ମୁମ୍ବାଇ (ବଡ ଖବର ବ୍ୟୁରୋ): ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ସହ ଏବେ ଅମିର ଖାନ୍ ଏସଏସ ରାଜାମୌଲିଙ୍କ ଅପକମିଙ୍ଗ ଫିଲ୍ମ ଆର.ଆର.ଆରରେ ଯୋଗଦେଇଛନ୍ତି । ୨୦୨୧ର ସବୁଠୁ ବଡ ବ୍ୟବସାୟିକ ଫିଲ୍ମ ଭାବରେ ଚର୍ଚ୍ଚାରେ ଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଜୁନିଅର ଏନଟିଆର, ରାମ ଚରଣଙ୍କ ସହ ଆଲିଆ ଓ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ । ଏବେ ପୁଣି ଆଉ ଜଣେ ବଲିଉଡର ସୁପରଷ୍ଟାର ଏଥିରେ ଯୋଗଦେଇଛନ୍ତି । ସେହେଲେ ଅମିର ଖାନ୍ । ଅମିର ଫିଲ୍ମରେ ଭଏସ-ଓଭର ଦେଇ ଫିଲ୍ମକୁ ବର୍ଣ୍ଣନା କରିବା ସହ ରାମ ଚରଣ ଓ ଏନଟିଆରଙ୍କୁ ଫିଲ୍ମରେ ଇନଟ୍ରୋଡ୍ୟୁସ କରୁଛନ୍ତି । ଏଥିସହ ଅମିରଙ୍କ ଭଏସ ଫିଲ୍ମର ଟ୍ରେଲରରେ ମଧ୍ୟ ଦେଖିବାକୁ ମିଳିବ, ଏହା ବଲିଉଡ ଫ୍ୟାନ୍ସଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ନିର୍ମାତାଙ୍କ ବିଶ୍ୱାସ । ପୂରା ଫିଲ୍ମରେ ସାଉଥ ଷ୍ଟାରକାଷ୍ଟ ଭରପୁର ଥିବାବେଳେ ଅମିର, ଆଲିୟା ଓ ଅଜୟଙ୍କ ପରି ବଲିଉଡର ନାମିଦାମୀ ଚେହେରାଙ୍କ ଉପସ୍ଥିତି ଫିଲ୍ମକୁ ଆହୁରି ଲୋକପ୍ରିୟ କରିବ ବୋଲି ଆଶାକରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ