Masthead

ତିନିମାସର ଛୁଆହାତୀ ମୃତ

ଶେରଗଡ଼(ବଡ଼ ଖବର ବ୍ୟୁରୋ): ଶେରଗଡ଼ ବ୍ଲକ କରଡାକଣା ପଂଚାୟତ ବାହରସିଂ ବିଟ ଅଞ୍ଚଳର ଲାଉଗଡ଼ ନିକଟ ରତନେଇ ଜଙ୍ଗଲ ପାଖରେ ପଡିଛି ମୃତ ହାତୀଛୁଆ । ଧାନବିଲରେ କାଦୁଅ ଥିବାରୁ ହାତୀଛୁଆ ବାହାରି ନପାରି ମରିଯାଇଥିବା ଆସିକା ରେଞ୍ଜର କହିଛନ୍ତି । ମୃତ ହାତୀର ବୟସ ୩ ମାସ ହେବ ବୋଲି ସେ କହିଛନ୍ତି । ସଂଧ୍ୟାରେ ହାତୀପଲ ସହ ଯାଉଥିବା ବେଳେ ହାତୀଛୁଆଟି କାଦୁଅ ବିଲରେ ଫସିଯାଇଥିଲା । ଉଦ୍ଧାର ଉଦ୍ରମ ହୋଇଥିଲା । ମାତ୍ର ହାତୀପଲଙ୍କ ଆକ୍ରମଣ ଭୟ ଥିବାରୁ ସମ୍ଭବ ହୋଇନଥିବା ରେଞ୍ଜର କହିଛନ୍ତି । ବର୍ତ୍ତମାନ ମୃତ ହାତୀକୁ ଆଣି ଷଡ଼ଙ୍ଗୀପଲ୍ଲୀ ବନପାଳଙ୍କ ବାସଭବନ ପରିସରରେ ରଖାଯାଇଛି । ବ୍ୟବଚ୍ଛେଦ ପରେ କବର ଦିଆଯିବା ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ