Masthead

କାମରେ ଲାଗୁନି କଲ୍ୟାଣ ମଣ୍ଡପ

ଭୁବନ(ବଡ଼ ଖବର ବ୍ୟୁରୋ): ସରକାରୀସ୍ତରରେ ବିଭିନ୍ନ ଅଞ୍ଚଳରେ ବିବାହ ବ୍ରତ ଓ ସଭାସମିତି ନିମନ୍ତେ ନିର୍ମାଣ ହୋଇଛି କଲ୍ୟାଣ ମଣ୍ଡପ । ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । କିନ୍ତୁ ଢେଙ୍କାନାଳ ଜିଲ୍ଲା ଭୁବନର ପୃଷ୍ଟି ପୋଖରୀ ନିକଟରେ ଥିବା ମିନି କଲ୍ୟାଣ ମଣ୍ଡପ ଦୀର୍ଘ ୨ବର୍ଷ ତଳୁ ଉଦଘାଟନ ହୋଇଥିଲା । କିନ୍ତୁ ଏହା ଲୋକମାନଙ୍କ କାମରେ ଆସୁନି । ସ୍ଥାନୀୟ ଏନଏସି ପ୍ରଶାସନର ଅବହେଳାରୁ ମଣ୍ଡପଟି ବର୍ତ୍ତମାନ ପରିତ୍ୟକ୍ତ ହୋଇ ପଡିରହିଛି । ମଣ୍ଡପ ମଧ୍ୟରେ ପୂର୍ବରୁ ଅସାମାଜିକ କାର୍ୟ୍ୟ ଚାଲୁଥିଲା । ଏବେ କୌଣସି ବିଲଡର ଏହାକୁ ଦଖଲ କରିଛନ୍ତି । ବେସରକାରୀ ମଣ୍ଡପରେ ଅଧିକ ମୂଲ୍ୟ ଦେଇ ସାଧାରଣରେ ଲୋକମାନେ ବିବାହ, ବ୍ରତ କରି ଖର୍ଚ୍ଚାନ୍ତ ହେଉଛନ୍ତି । ମଣ୍ଡପଟି କାହା ସ୍ୱାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ