ଆନ୍ଧ୍ର ସହ ବଢୁଛି ସୀମା ବିବାଦ

କୋରାପୁଟ (ବଡ଼ ଖବର ବ୍ୟୁରୋ): ଜମି ବାଡି଼କୁ ନେଇ ଆନ୍ଧ୍ର ଏବଂ ଓଡିଶାର ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟୁଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଆନ୍ଧ୍ର ସୀମାନ୍ତ ସମଭାଈ ପଞ୍ଚାୟତର ସୁନାବେଡା ଗାଁ ନିକଟରେ ଆନ୍ଧ୍ର ସହ ବିବାଦ ବଢୁଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ଡୁମୁରିଗୁଡା ବ୍ଲକର ଭିତରୁଗଣ୍ଡା, କରଲାପୁଟ, ଡେକାପାର, ବଡ଼ଲାମ୍ବାଗୁଡା, ଓ ନିଆଁଆମ୍ଭ, ଗାଁ ଲୋକଙ୍କ ସହିତ ବିବାଦ ଉଗ୍ର ରୂପ ନେଇଛି ।

ଓଡିଶାର ଯାମୁଗୁଡା, ସୁନାବେଡା ଗ୍ରାମବାସୀ ଚାଷ ପାଇଁ ବିଲକୁ ଯାଉଥିବା ବେଳେ ଆନ୍ଧ୍ରର ଡକାପରୁ ଓ କାର୍ଲପୁଟ ଗ୍ରାମବାସୀ ଆକ୍ରମଣ କରିଛନ୍ତି ।, ଆନ୍ଧ୍ର ଜଙ୍ଗଲ ବିଭାଗ କର୍ମଚାରୀମାନେ ୪ଜଣଙ୍କୁ ଅଟକ ରଖିଥିଲେ । ଖବର ପାଇ ପଟାଙ୍ଗୀ ତହସିଲଦାର ପୋଲିସ ସହ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ମୁକ୍ତ କରିଥିବା ଜଣାପଡିଛି । ଆନ୍ଧ୍ର ପକ୍ଷରୁ ପୁଣି ଯାମୁଗୁଡା ନିକଟରେ ପଥର ପକାଇ ଚୁନମାରି ପୁଣି ସୀମା ଚିହ୍ନଟ କରାଯାଇଛି । . ଦୀର୍ଘ ୧୫ଦିନ ହେବ ଲାଗିରହିଥିବା ବିବାଦ ଥମିବାର ନା ନେଉନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’