Before Header

କୁକୁରକୁ ବଞ୍ଚାଇଲା କୁକୁର

0 34

ଦକ୍ଷିଣ ଆଫ୍ରିକା (ବଡ଼ ଖବର ବ୍ୟୁରୋ): ଦୁର୍ଘଟଣା କାହା ସହ ନ ହୁଏ । ତେବେ ଦୁର୍ଘଟଣାରୁ ଉଦ୍ଧାର କରିବା ପାଇଁ ରହିଛନ୍ତି ଦମକଳ ବାହୀନି, ସୁରକ୍ଷାକର୍ମୀ ଓ ଏନ୍ଡିଆର୍ଏଫ୍ ଟିମଙ୍କ ଭଳି ଉଦ୍ଧାର କାରୀ ଟିମ୍ । ବେଳେ ବେଳେ ସାଧାରଣ ମଣିଷ ମାନେ ବି ସାହାସ ଦେଖାଇ ଉଦ୍ଧାର କରିଥାନ୍ତି । ଆଉ କିଛି ଏମିତି ମଣିଷ ବି ଅଛନ୍ତି ଯେଉଁମାନେ ମଣିଷ ପଣିଆ ଭୁଲି କାହାକୁ ସାହାଯ୍ୟର ହାତ ବଢ଼ାନ୍ତି ନାହିଁ । ହେଲେ ଏମିତି ବି କିଛି ରେସ୍କ୍ୟୁ ଅଛି ଯାହା ସମସ୍ତଙ୍କୁ ହତଚକିତ କରିଦିଏ । ଯେଉଁ ରେସ୍କ୍ୟୁ କରିଛନ୍ତି କିଛି ଜୀବ ଯନ୍ତୁ ।

ପଶୁ ହୋଇ ବି ଅନ୍ୟ ପଶୁର ଜୀବନ ବଞ୍ଚାଇବାକୁ ବାଜିରେ ଲଗାଇଛନ୍ତି ନିଜ ଜୀବନ । ଆଜି ଆମେ ଏମିତି କିଛି ଦୃଶ୍ୟ ଦେଖିବାଯାହା ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ ବୋଲି ଆମର ବିଶ୍ୱାସ । ଭଲ କରି ଦେଖନ୍ତୁ ଏହି ଭିଡିଓ । ଦୌଡ଼ି ଦୌଡ଼ି ଯାଉଛି ଧଳା କୁକୁର । କିନ୍ତୁ ଅନ୍ୟମନସ୍କ ଥିବା କାରଣରୁ କିପରି ସୁଇମିଂ ପୁଲ ଭିତରେ ପଡ଼ିଯାଉଛି । ପଡ଼ିଯିବା ପରେ କିପରି ଛଟପଟ ହେଉଛି ଧଳା କୁକୁରଟି । ଉପରକୁ ଆସିବାକୁ ସୁଇମିଂ ପୁଲ୍ର କୁଳ ପାଖକୁ ଆସି ସଂଘର୍ଷ ମଧ୍ୟ କରୁଛି । ପଡୁଛି, ଉଠୁଛି । ପୁଣି ପଡୁଛି, ପୁଣି ଉଠୁଛି . ଆଉ କେତେବେଳେ ପୁଣି ବୁଡି ଯାଉଛି । କିନ୍ତୁ ସଂଘର୍ଷ ଜାରି ରଖିଛି । ନିଜକୁ ବଞ୍ଚାଇବାକୁ । କଣ ହେବ ତାହାର । ନିଜକୁ କଣ ସେ ବଞ୍ଚାଇ ପାରିବ । ନା ଡଉଲଡାଉଲ କୁକୁର ଏହି ସୁଇମିଂପୁଲରେ ଜଳ ସମାଧି ନେବ । ଆମ ମନରେ ଏମିତି ଅନେକ ଆଶଙ୍କା ରହିଛି । ଆପଣଙ୍କ ମନରେ ବି ଥିବ । ସେ ଏକାକୀ ସଂଘର୍ଷ କରୁଛି । କଣ କେହି ବଞ୍ଚେଇବାକୁ ଆସିବେ ନାହିଁ ।

ଆରେ ଏପଟକୁ ଟିକେ ଚାହାନ୍ତୁ । ଧଳା କୁକୁରର ଏ ସଂଘର୍ଷ ଦେଖୁଛି ଗୋଟେ କଳା କୁକୁର । ଖାଲି ଦେଖୁନି, ସେ ଧାଇଁଗଲା । ସୁଇମିଂ ପୁଲ ପାଖକୁ । ଉଦ୍ଧାର କରିବାକୁ ନିଜର ସାଥୀକୁ । କୂଳକୁ ଆସିବାକୁ ସଙ୍କେତ ବି ଦଉଛି ଧଳାକୁକୁରକୁ । ନିଜ ସାଥିକୁ ଦେଖି ଧଳା କୁକୁରର ସାହାସ ନିଶ୍ଚୟ ଦ୍ୱିଗୁଣିତ ହୋଇଥିବ । ସେଥିପାଇଁ ତ କୁକୁରଟି ଏପଟ ସେପଟ ହୋଇ କୁଳକୁ ଯାଉଛି କାଳେ ତା ସାଙ୍ଗ ତାକୁ ବଞ୍ଚାଇ ଦବ । ରହିବେ । ଏପଟେ କଳା କୁକୁରଟି ମଧ୍ୟ ନିଜ ସାଙ୍ଗକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରୁଛି । ବିବ୍ରତ ହୋଇ ଏମୁଣ୍ଡରୁ ସେ ମୁଣ୍ଡ ଦୌଡୁଛି । ପାଟିରେ କାମୁଡ଼ି ତାକୁ ଉପରକୁ ଭିଡ଼ିବାକୁ ବି ଚେଷ୍ଟା କରୁଛି । କିନ୍ତୁ ବିଫଳ ହେଉଛି । ବିଫଳ ହେବା ପରେ ବିକଳ ହୋଇ ଭୁକୁଛି ।

କାଳେ ତା ଡାକ ଶୁଣି କେହି ମଣିଷ ଆସି ବଞ୍ଚାଇ ଦେବେ । କିନ୍ତୁ କେହି ଆସୁ ନାହାନ୍ତି । ନିଜ ପ୍ରାଣ ପଣେ ଧଳାକୁକୁରକୁ ବଞ୍ଚାଇବାକୁ ଏପଟ ସେପଟ ଏକୁଳରୁ ସେ କୁଳ ହେଉଛି କଳା କୁକୁର । ଆଉ ଏସମସ୍ତ ଚିତ୍ର କଏଦ୍ ହେଉଛି ସିସିଟିଭିରେ । ମୃତ୍ୟୁରୁ ବଞ୍ଚିବାକୁ ଜଣେ ସଂଘର୍ଷ କରୁଥିବା ବେଳେ, ଜଣେ ବଞ୍ଚାଇବାକୁ ଚେଷ୍ଟା କରୁଛି ।ବାରମ୍ବାର ବିଫଳ ହେଲେ ବି ଚେଷ୍ଟା କରିବା ଛାଡ଼ୁନି । ଭଲ କରି ଦେଖନ୍ତୁ କିପରି ଅସ୍ତ ବ୍ୟସ୍ତ ହୋଇଯାଉଛି କଳା କୁକୁରଟି । ନିଜ ସାଙ୍ଗକୁ ଏମିତି ମରିବାକୁ ବି ତ ଦେଇ ପାରିବନି । କଥାରେ ଅଛି ଯେ, ଚେଷ୍ଟା କରୁଥିବା ଲୋକ କେବେ ବିଫଳ ହୁଏନି । ଡେରିରେ ହେଲେ ବି ସଫଳତା ହାସଲ କରେ । ଏବେ ଆପଣଙ୍କୁ ଆଶ୍ୱସ୍ତ କରିଦେବୁ ।

କାହିଁକି ନା ଏଇଛି ହୋଇଛି ସୁଖଦ କ୍ଲାଇମାକ୍ସ । ଦୀର୍ଘ ୩୪ମିନିଟ୍ର ସଂଘର୍ଷ ପରେ ଧଳା କୁକୁରଟିକୁ ପାଟିରେ ଉପରକୁୁ ଟାଣି ଆଣିବାରେ ଶେଷରେ ସଫଳ ହୋଇଛି ଏହି ସାହାସୀ କଳା କୁକୁର । ବହୁ ପରିଶ୍ରମ କରି ନିଜ ସାଥିକୁ ବଞ୍ଚାଇବା ପରେ ତା ଦେହରେ ଲାଗିଥିବା ପାଣିକୁ ଚାଟି ସଫା ମଧ୍ୟ କରୁଛି । ମୃତ୍ୟୁ ମୁଖରୁ ଜୀବନ ପାଇ ଫେରିଛି ଧଳା କୁକୁର । ତା ସାଥି ତାକୁ ବଞ୍ଚାଇ ଦେଇଛି । ଆଉ ଏ ହେଉଛି ମୃତ୍ୟୁ ମୁହଁରୁ ଫେରିବା ପରର ଦୃଶ୍ୟ । କେତେ ଖୁସିରେ ଦୁଇ ଜଣ ପୁଣି ଖେଳି ବୁଲୁଛନ୍ତି । ଏପରି ଦୃଶ୍ୟ ଖୁବ୍ ବିରଳ । ବଞ୍ଚିବାର ଖୁସିକୁ ସମସ୍ତେ ଅନୁଭବ କରନ୍ତି । କିନ୍ତୁ ମରିବା ମୁହଁରୁ ଫେରି ଆସିବା ଭଳି ଖୁସି ଖୁବ୍ କମ୍ ପ୍ରାଣୀ ଅନୁଭବ କରନ୍ତି । ଆଉ କଳା କୁକୁରର ଏହି ସାହସିକତାକୁ ସବୁ ଆଡ଼େ ଭୁରି ଭୁରି ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.