Masthead

ରାଧାକିଶୋରପୁର ଅଣ୍ଡର ବ୍ରିଜ ରୋଡ଼ ଉଦଘାଟନ

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଉଦଘାଟନ ହେଲା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋରପୁର ରେଳଷ୍ଟେସନ ଠାରେ ପୂର୍ବତଟ ରେଳପଥ ରୋଡ଼ ଅଣ୍ଡର ବ୍ରିଜ । ୩କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ଅଢେଇ ବର୍ଷ ତଳେ ହୋଇଥିବା ନିର୍ମାଣର ଶେଷ ହୋଇଛି । ଆଜି ଅପରାହ୍ନରେ ଉଦଘାଟିତ ହୋଇଛି । ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସାଂସଦ ଭର୍ତ୍ତୃହରି ମହତାବ ଉକ୍ତ ରୋଡ଼ ଅଣ୍ଡର ବ୍ରିଜକୁ ୨୦୧୮ଜୁନ ମାସରେ ଉଦଘାଟନ କରିଥିଲେ । ରେଳ ବିକାଶ ନିଗମ ଲିଃ (ଆରଭିଏନଏଲ)ଦ୍ୱାରା ଉକ୍ତ ପ୍ରକଳ୍ପଟି ନିର୍ମାଣ ହୋଇଥିଲା ।ଏହାର ଲମ୍ବ ୬୮ମି, ଚଉଡା ୧୩ଫୁଟ ଓ ଉଞ୍ଚତା ୮ଫୁଟ ରହିଛି । ରାଧାକିଶୋରପୁର ରେଳଷ୍ଟେସନ ଠାରେ ଅଣ୍ଡର ବ୍ରିଜ ନଥିବାରୁ ସ୍ଥାନୀୟ ଆଖପାଖ ଗ୍ରାମର ଜନସାଧାରଣ, ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଷ୍ଟେସନରେ ଟ୍ରେନ ହଲଟିଙ୍ଗରେ ଥିବାବେଳେ ଲୋକମାନେ ବିପଦପୂର୍ଣ ଭାବେ ଟ୍ରେନ ତଳେ ଗଳି ଗନ୍ତବ୍ୟ ସ୍ଥଳକୁ ଯାତାୟତ କରଥାନ୍ତି । ଅନେକ ସମୟରେ ଟ୍ରେନରେ କଟି ଜୀବନ ହାନି ସହ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଥାଏ ।

ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଫରୱାର୍ଡ ବ୍ଲକ ନେତା ସ୍ୱର୍ଗତ ସନ୍ତୋଷ ମିତ୍ର ସର୍ବପ୍ରଥମେ ୧୯୯୫ମସିହାରୁ ଏଠାରେ ଏକ ଅଣ୍ଡରବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ । ରେଳ ବିଭାଗ ଉଞ୍ଚ କତ୍ତୃପକ୍ଷଙ୍କୁ ଭେଟି ଦାବି ମଧ୍ୟ ଜଣାଇଥିଲେ । ବହୁବାର ଅଣ୍ଡର ବ୍ରିଜ ନିର୍ମାଣ ପାଇଁ ଏଠାରେ ଧାରଣା ଓ ରେଳରୋକ ଆନ୍ଦୋଳନ କରିଥିଲେ । ୨୦୦୮ମସିହାରେ ଏଠାରେ ଅଣ୍ଡର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଜନପ୍ରତିନିଧି ଶିଳାନ୍ୟାସ କରିଥିଲେ । ବିଭିନ୍ନ କାରଣରୁ ଏହି ଅଣ୍ଡର ବ୍ରିଜ ଦୀର୍ଘ ୧୦ବର୍ଷ କାଳ ଅଧା ହୋଇ ପଡିଥିଲା । ବରିଷ୍ଠ ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ପଣ୍ଡା,ଅଣ୍ଡର ବ୍ରିଜ କ୍ରିୟାନୁଷ୍ଠାନ କମିଟି ସଭାପତି ବଳରାମ ରଣା(ତାରିଆ)ଙ୍କ ଉଦ୍ୟମ ଓ ଅଞ୍ଚଳବାସୀଙ୍କ ଦାବିରେ ୨୦୧୮ ଜୁନ ମାସରେ ବହୁ ପ୍ରତିକ୍ଷିତ ଅଣ୍ଡର ବ୍ରିଜ ପ୍ରକଳ୍ପଟି ପୂର୍ଣ୍ଣ ହୋଇଛି । ଏହି ଉଦଘାଟନୀ ଉତ୍ସବରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ଡିଭିଜନ ଏଡିଆରଏମ କଲ୍ୟାଣ ପଟ୍ଟନାୟକ,ସିନିୟର ଡିସିଏମ ଅମିତେଶ ଆନନ୍ଦ, ରେଳ ସଦନ ଭୁବନେଶ୍ୱରର ଲୋକସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ବରିଷ୍ଠ ସମାଜସେବୀ ଭାଗିରଥି କର, ସ୍ଥାନୀୟ ସରପଞ୍ଚ ଭୁବନେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ