Masthead

ଆସୁଛି ସାଲାର, କେଜିଏଫ୍ ଠାରୁ ବି ବେଶି ହିଂସାତ୍ମକ!!!

ମୁୁମ୍ବାଇ (ବଡ ଖବର ବ୍ୟୁରୋ): ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ସାଲାରର ଫାଷ୍ଟ-ଲୁକ ପୋଷ୍ଟର ହୋଇଛି ରିଲିଜ । ୨୦୧୮ରେ ନିର୍ମିତ କେଜିଏଫ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ଥ ନିଲ୍ ସାଲାର ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ନିଜେ ପ୍ରଶାନ୍ଥ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ପୋଷ୍ଟରକୁ ରିଭିଲ କରିଛନ୍ତି । ସାଲାର ଫିଲ୍ମ ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମ । ସାଲାର ମାନେ ଜଣେ ଅଫିସର, ରାଜାଙ୍କ ମୁଖ୍ୟ କର୍ମଚାରୀ । ଏହି ଅର୍ଥକୁ ନିଜେ ନିର୍ଦ୍ଦେଶକ ପ୍ରଶାନ୍ଥ ଫ୍ୟାନ୍ସଙ୍କ ଅନୁରୋଧରେ ଜଣାଇଛନ୍ତି । ସାଲାରରେ ପ୍ରଭାସଙ୍କୁ ଏକ ଆର୍ମୀ ଅଫିସର ଭାବରେ ଦେଖିବାକୁ ମିଳିପାରେ ।

ଫିଲ୍ମଟିର ପୋଷ୍ଟର ରିଲିଜ ହେବା ପରେ ଏହା ଇଣ୍ଟରନେଟର ମାହୋଲକୁ ଗରମାଗରମ କରିଦେଲାଣି । ପ୍ରଭାସଙ୍କ ଫ୍ୟାନ୍ସମାନେ ଫିଲ୍ମ କେବେ ରିଲିଜ ହେବ ବୋଲି ଚାତକ ଭଳି ଅପେକ୍ଷା କରିରହିଛନ୍ତି । ନିକଟରେ ସୂଚନା ମିଳିଥିଲା ଯେ କେଜିଏଫର ନିର୍ଦ୍ଦେଶକ ଓ ପ୍ରଭାସ ଏକାଠି ଆସୁଛନ୍ତି । ବୁଧବାର ପ୍ରଶାନ୍ଥ ପୋଷ୍ଟର ରିଭିଲ କରି ଦର୍ଶକଙ୍କୁ ସରପ୍ରାଇଜ କରିଛନ୍ତି । ଫିଲ୍ମର ଟାଇଟେଲରୁ ଫିଲ୍ମଟି ଫୁଲ-ଅନ ଆକ୍ସନ ବେସ୍ଡ ବୋଲି ଜଣାଯାଉଛି । ପୋଷ୍ଟରରେ ପ୍ରଭାସଙ୍କ ଭାଓଲେଣ୍ଟଭରା ଲୁକ ସହ ବନ୍ଧୁକ ଉପରେ ନିଜ ହାତରଖିବା ଦେଖି ଦର୍ଶକ ପ୍ରଭାସଙ୍କ ଆକ୍ସନ ଦେଖିବାକୁ ପୁଣିଥରେ ସୁଯୋଗ ପାଇବେ ବୋଲି ଅନୁମାନ କରିସାରିବେଣି । ନିଜେ ନିର୍ଦ୍ଦେଶକ ପ୍ରଶାନ୍ଥ ପୋଷ୍ଟରରେ ସିନେମାପ୍ରେମୀ ମାନଙ୍କ ପାଇଁ ଭାଷାର ବନ୍ଧ ଭାଙ୍ଗି ଏକ ଭାରତୀୟ ସିନେମା ପ୍ରସ୍ତୁତ କରୁଛୁ ବୋଲି ଲେଖିଛନ୍ତି ।

ଫିଲ୍ମଟି ଆକ୍ସନରେ ଭରପୁର ବୋଲି ମଧ୍ୟ ସୂଚନା ଦେଇଛନ୍ତି । ସାଲାର ଜାନୁଆରୀ ୨୦୨୧ରେ ୫ଟି ଭାଷାରେ ରିଲିଜ ହେବ । ଫିଲ୍ମର ପୂରା କାଷ୍ଟ ଆଣ୍ଡ କ୍ରିଉଙ୍କ ସୂଚନା ଜଲଦି ମିଳିଯିବ ବୋଲି ଅଫିସିଆଲି ଘୋଷଣା ହୋଇଛି । ଡାର୍ଲିଙ୍ଗ ପ୍ରଭାସ ବର୍ତ୍ତମାନ ପୂଜା ହେଗଡେଙ୍କ ସହ ରାଧେ ଶ୍ୟାମର ସୁଟିଂରେ ବ୍ୟସ୍ତ । ରାଧା କ୍ରିଷ୍ଣା କୁମାରଙ୍କ ନିର୍ଦ୍ଦେଶିତ ରାଧେ ଶ୍ୟାମ ୟୁରୋପର ଏକ ଲଭଷ୍ଟୋରୀକୁ ନେଇ ଗଠିତ । ଏଥିସହ ପ୍ରଭାସଙ୍କୁ ଦୀପିକା ପାଦୁକୋନଙ୍କ ବିପକ୍ଷରେ ଅନ୍ୟ ଏକ ଅପକମିଙ୍ଗ ଫିଲ୍ମ ଆଦିପୁରୁଷରେ ଦେଖିବାକୁ ମିଳିବ । ଆଦିପୁରୁଷ ୨୦୨୨ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଥିବାବେଳେ ଫିଲ୍ମଟି ଏକ ଥ୍ରୀଡି ଫିଲ୍ମ ବନିବ ବୋଲି ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ