Masthead

କେବେ ପଡ଼ିବ ସରକାରଙ୍କ ନଜର

ବୈପାରିଗୁଡା (ବଡ଼ ଖବର ବ୍ୟୁରୋ): ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହୁଛନ୍ତି ସରକାର କିନ୍ତୁ ଦୀର୍ଘ ବର୍ଷର ଶାସନ ପରେ ମଧ୍ୟ ନଦୀରେ ପୋଲ ଖଣ୍ଡିଏ ନିର୍ମାଣ ହୋଇ ପାରିନି ଫଳରେ ବାଧ୍ୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଆଠ ଖଣ୍ଡ ଗ୍ରାମବାସୀ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବାଲିଗାଁ ଓ ଚେରକା ଏହି ଦୁଇ ପଞ୍ଚାୟତ ସହ କୁନ୍ଦୁରା ଏବଂ କୋଟପାଡ଼ ବ୍ଲକ ସହ ଅନ୍ୟ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାରେ ସୁରାନଦୀ ୨ ପଞ୍ଚାୟତ ବାସୀଙ୍କ ଦୁଃଖକୁ ୨ ଗୁଣ କରିଦେଇଛି ।

ରାସ୍ତା ଓ ପୋଲ ନଥିବାରୁ ଗମନାଗମନର ଅସୁବିଧା ଯୋଗୁଁ ଜରୁରୀ ସମୟରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଆଠ ଖଣ୍ଡ ଗାଁ ଲୋକେ । ଅନେକ ସମୟରେ ଗର୍ଭବତୀଙ୍କୁ ନଦୀରେ ବୁହା ହେଉଥିବା ବେଳେ ଗ୍ରାମର ଅଧିକାଂଶ ଲୋକେ ବିଭିନ୍ନ ସଂକ୍ରମଣ ରୋଗରେ ଏବଂ ଅଜଣା ରୋଗରେ ପୀଡିତ ହେଉଛନ୍ତି । ସ୍କୁଲ ପିଲାମାନେ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି ।

ନଦୀ ଆରପଟେ କଦମଗୁଡ଼ା, ବୋରେଇଗୁଡ଼ା, କଉଡ଼ିମୁଣା, କୁସପାରିଆଗୁଡ଼ା, ସିସିଆଗୁଡ଼ା, ଡୁମୁରିଯୋଡି, କାଳିଆଝୋଲି ଓ ଚେରକା ପଞ୍ଚାୟତର ଅନେକ ଗ୍ରାମର ଲୋକେ ବସବାସ କରନ୍ତି । ହେଲେ ଦୀର୍ଘ ବର୍ଷରୁ ଏହି ନଦୀ ସମସ୍ୟାକୁ ପ୍ରଶାସନ ନିକଟରେ ଅଭିଯୋଗ କରି କରି ଶେଷରେ ନିରାଶ ହୋଇ ହାତ ବାନ୍ଧି ବସିଛନ୍ତି ଗ୍ରାମର ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀନ। ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି ।

ତୁରନ୍ତ ପ୍ରଶାସନ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମର ଧନ ଗୌଡ଼, ଜାଇ ପୂଜାରୀ, ସୀମାଞ୍ଚଳ ବାରିକ, ଗୋବର୍ଦ୍ଧନ କାଣ୍ଡିକି, ଗଣପତି ଗୌଡ଼, ସୁରେଶ ବାରିକ, କମଲୋଚନ ଘସର୍ଲିଆ,ଗୁପ୍ତ ଗୌଡ଼, ମାଧବ ସାନ୍ତା ପ୍ରମୁଖ ଦାବି କରିଛନ୍ତି । ଯଦି ଏହାର ସମାଧାନ କରା ନ ଯାଏ ଆଗାମୀ ଦିନରେ ରାଜରାସ୍ତାକୁ ଉଲ୍ଲାଇବେ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି