Masthead

୧୨ କୋଟି ଟଙ୍କାର ଗଂଜେଇ ନଷ୍ଟ

କୋରୁକୋଣ୍ଡା(ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ଚିତ୍ରକୋଣ୍ଡାରେ ଚଢ଼ାଉ କରି ୧୨କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଂଜେଇ ଗଛ ନଷ୍ଟ କରାଯାଇଛି । ଆଜି ସକାଳେ ଅବକାରୀ ବିଭାଗ ସୁପରିଟେଣ୍ଡ ଅଶୋକ କୁମାର ସେଠିଙ୍କ ନେତୃତ୍ୱରେ ଓ ତାଙ୍କ ସହକର୍ମୀ ଏବଂ ଚିତ୍ରକୋଣ୍ଡା ପୋଲିସ ମିଳିତ ଅଭିଯାନରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆର୍‌ଏସି-୪, ବଡ଼ପୁଟ, ପେଟାଲ, ଆର୍‌ଏସି-୧ ଗ୍ରାମ ଗୁଡିକରେ ପ୍ରାୟ ୭୫ ଏକର ଜମିରେ ବେଆଇନ ଚାଷ କରାଯାଇଥିଲା ।

୧ଲକ୍ଷ ୨୩ହଜାର ୭୫୦ ଗଛ କଟାଯାଇ ପୋଡି ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୨କୋଟି ୩୭ଲକ୍ଷ ୫୦ହଜାର ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ଏଭଳି ଚଢାଉରେ ଗଂଜେଇ ବ୍ୟବସାୟୀଙ୍କ ମଧ୍ୟରେ ହଲଚଲ ସୃଷ୍ଟି କରିଛି । ଚଢ଼ାଉ ବେଳେ ମାଲକାନଗିରି ଅବକାରୀ ବିଭାଗର ଇନ୍‌ସପେକ୍ଟର ଗଙ୍ଗା ପାଇକରାଏ , ଓଆଇସି ଏଚ.ଜଗା ରାଓ , ଏସ.ଆଇ ଦିଲୀପ କୁମାର ନାୟକ , ସଞ୍ଜୟ କୁମାର କାଣ୍ଡି ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା