Masthead

ଆଜି ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ଦିବସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ୭ ଡିସେମ୍ବରରେ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ଦିବସ ପାଳନ କରାଯାଏ । ସାରା ବିଶ୍ୱରେ ବିମାନ ଭ୍ରମଣରେ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଭୂମିକା ଓ ମହତ୍ତ୍ୱ ବିଷୟରେ ସଚେତନତା ପାଇଁ ଏହି ଦିନ ପାଳନ କରାଯାଏ । ଆନ୍ତର୍ଜାତୀୟ ବିମାନ ଚଳାଚଳର ସୁରକ୍ଷା ମାନ ବଜାୟ ରଖିବା ପାଇଁ ଆଇସିଏଓ ଏକ ସ୍ୱୟଂଶାସିତଦ ଜାତିସଂଘର ସଂସ୍ଥା । ସାମାଜିକ ତଥା ଅର୍ଥନୈତିକ ବିକାଶରେ ଆନ୍ତର୍ଜାତୀୟ ନାଗରିକ ବିମାନ ଚଳାଚଳର ଅବଦାନ ବିଷୟରେ ବିଶ୍ୱବ୍ୟାପି ଚେତନା ସୃଷ୍ଟି କରିବାକୁ ଏହି ଦିନଟି ସ୍ମରଣୀୟ ଅଟେ ।

୧୯୯୪ ମସିହାରେ ଏହି ଦିବସର ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରତି ୫ ବର୍ଷ ପରେ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ଆଇସିଏଓ ପରିଷଦ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ବାର୍ଷିକୀ ଥିମ୍ ପ୍ରତିଷ୍ଠା କରେ । ୨୦୨୩ ବର୍ଷ ପର୍ଯ୍ୟନ୍ତ ସମାନ ଥିମ୍ ରଖିବାକୁ ପରିଷଦ ନିଷ୍ପତ୍ତି ନେଇଛି । ଥିମ୍ ହେଉଛି “ଗ୍ଲୋବାଲ ଆଭିଏସନ ଡେଭଲପମେଣ୍ଟ ପାଇଁ ଆଡଭାନ୍ସ ଇନୋଭେସନ । ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ନେଟୱାର୍କ ପ୍ରତିବର୍ଷ ୪ ବିଲିୟନ ଯାତ୍ରୀ ପରିବହନ କରିଥାଏ । ମିଳିତ ଜାତିସଂଘ ଅନୂଯାୟୀ ବିଶ୍ ଏୟାର ର ବିମାନ ପରିବହନ କ୍ଷେତ୍ର ୬୫.୫ ନିୟୁତ ଚାକିରୀ ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ୨.୭ ଟ୍ରିଲିୟନ ଡଲାର ସହାୟତା କରୁଛି । ଏହି ଶିଳ୍ପରେ ୧୦ ହଜାରରୁ ଅଧିକ ମହିଳା ଏବଂ ପୁରୁଷ ନିୟୋଜିତ ହୋଇଛନ୍ତି । ୧ଲକ୍ଷ ୨୦ହଜାର ବିମାନ ଏବଂ ୧୨ ମିଲିୟନ ଯାତ୍ରୀଙ୍କୁ ପ୍ରତ୍ୟେକ ଦିନ ନିରାପଦାରେ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ନିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼