Masthead

ଅଭିଯାନ ୩-୦ ସଫଳ କରିପାରିବ କି ଭାରତ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଭିଯାନ ୩-୦ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟି-୨୦ ସିରିଜରେ ଲଗାତର ଦୁଇଟି ମ୍ୟାଚ ଜିିତି ସିରିଜ ଜିତି ଥିବା ଭାରତ ଆଜି କ୍ଲିନ ସୁଇପ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଦିନିକିଆ ସିରିଜରେ ପରାଜୟ ପରେ ଟି-୨୦ରେ ପ୍ରତିଶୋଧ ନେଇଛି ବ୍ଲୁ ବ୍ରିଗେଡ । ଟି-୨୦ ସିରିଜରେ କ୍ଲିନ ସୁଇପ କରି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ବିରାଟ ବାହିନୀ । ୨-୦ରେ ସିରିଜ ଜିତିବା ପରେ ଭାରତୀୟ ଦଳରେ ଖେଳାଳୀମାନଙ୍କ ଆତ୍ମବିଶ୍ୱାସ ଭରପୂର ରହିଛି । କଙ୍ଗାରୁକୁ ନିଜ ମାଟିରେ ମାତ ଦେବା ପାଇଁ ତୟାର ଅଛନ୍ତି ବ୍ଲୁ ଆର୍ମି ।

ଆଜିର ମ୍ୟାଚକୁ ଜିତି ଏହି ବିଜୟ ଧାରାକୁ ଆଗକୁ ହେବାକୁ ଥିବା ଟେଷ୍ଟ ସିରିଜରେ ଜାରି ରଖିବା ଲକ୍ଷ୍ୟରେ ରହିଛି ଭାରତ । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ କ୍ଲିନ ସୁଇପ କରିଥିଲା ଭାରତ । ଆଜି ଏହି ମ୍ୟାଚକୁ ଜିତି ପୁଣି ଥିରେ ଇତିହାସ ଦୋହରାଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ଅନ୍ୟପଟେ ଅଷ୍ଟ୍ରେଲିଆର ବୋଲିଂ ବିଭାଗରେ ଅଭିଜ୍ଞତା ଅଭାବ ରହିଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ରୋକିବା କଷ୍ଟସାଧ୍ୟ ହେବ । ଏହାର ସୁଯୋଗ ନେଇ ଭାରତ ଏହି ସିରିଜକୁ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା