ଭାରତ ଗୌରବ ଆଣିଲେ ବାଲାଦେବୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଷ୍ଟାର ଫୁଟବଲର ବାଲା ଦେବୀ ପ୍ରଥମ ଭାରତୀୟ ଖେଳାଳୀ ଭାବରେ ୟୁରୋପୀୟ ଶୀର୍ଷସ୍ତରୀୟ ଲିଗରେ ଗୋଲ ସ୍କୋର କରିଛନ୍ତି । ପ୍ରଥମ ଭାରତୀୟ ଭାବରେ ବାଲା ଦେବୀ ଏହି ଗୌରବ ଅର୍ଜନ କରିଛନ୍ତି । ସେ ସ୍କଟିଶ୍ ମହିଳା ପ୍ରିମିୟର ଲିଗରେ ସେ ରେଞ୍ଜର୍ସ ଏଫସି ପକ୍ଷରୁ ଏହି ଗୋଲ ସ୍କୋର କରିଛନ୍ତି । ମ୍ୟାଚର ୬୫ ତମ ମିନଟରେ ପଡ଼ିଆକୁ ଓହ୍ଲାଇଥିବା ବାଲା ୮୫ ତମ ମିନିଟରେ ତାଙ୍କ ଦଳ ପାଇଁ ଗୋଲ ସ୍କୋର କରିଥିଲେ । ଏହି ଗୋଲ ସହ ରେଞ୍ଜର୍ସ ଏଫସି ମଦରୱେଲ ଏଫସିକୁ ୯-୦ ଗୋଲରେ ପରାସ୍ତ କରିଛି । ୩୦ ବର୍ଷୀୟା ବାଲା ଦେବୀ ଗତ ଜାନୁଆରୀରେ ପ୍ରଥମ ଭାରତୀୟ ଭାବରେ ୟୁରୋପୀୟ ଶୀର୍ଷସ୍ତରୀୟ କ୍ଲବ ସହ ପ୍ରଫେସନାଲ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଥିଲେ ।

ବାଲା ଭାରତୀୟ ଜାତୀୟ ମହିଳା ଦଳ ପାଇଁ ବର୍ତ୍ତମାନ ଶ୍ରେଷ୍ଠ ସ୍କୋରର ଅଟନ୍ତି । ସେ ଭାରତୀୟମହିଳା ଫୁଟବଲ ଦଳର ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ବାଲା ୧୨୦ଟି ମ୍ୟାଚରେ ୧୦୦ରୁ ଅଧ୍ଖଳ ଗୋଲ ଦେଇ ଘରୋଇ ସ୍ତରରେ ବାଲାଙ୍କର ଏକ ଭଲ ରେକର୍ଡ ରହିଛି । ସେ ଗତ ଦୁଇ ଋତୁରେ ଇଣ୍ଡିଆନ ମହିଳା ଲିଗରେ ସର୍ବାଧିକ ସ୍କୋରର ରହିଆସିଛନ୍ତି । ସେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ତରଫରୁ ଦୁଇ ଥର ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ସମ୍ମାନିତ ହୋଇଛନ୍ତି । ସେ ୨୦୧୫ ଓ ୨୦୧୬ରେ ଏହି ପୁରସ୍କାର ପାଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ