Masthead

ଭାରତରେ ଲଂଚ ହେଲା ଭିଭୋ ୱାଇ୫୧(୨୦୨୦)

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭିଭୋ ଇଣ୍ଡିଆ ଏହାର ନୂତନ ସ୍ମାର୍ଟଫୋନ ଭିଭୋ ୱାଇ୫୧ ଭାରତରେ ଲଂଚ କରିଛି । ଏହା ପୂର୍ବରୁ ଇଣ୍ଡୋନେସିଆ ଏବଂ ପାକିସ୍ତାନରେ ଭିଭୋ ୱାଇ୫୧ ଲଂଚ କରାଯାଇଛି । ଫୋନର ଓଜନ ୧୮୮ ଗ୍ରାମ । ଏଥିରେ ୫ହଜାର ଏମ୍ଏଚ୍ ବ୍ୟାଟେରୀ ସହ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଏହି ଫୋନ ୧୮ ୱାଟ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ । ଭିଭୋ ୱାଇ୫୧ ୧୭ହଜାର ୯୯୦ ଟଙ୍କା ମୂଲ୍ୟରେ ଭାରତୀୟ ବଜାରରେ ଲଂଚ ହୋଇଛି । ଏହି ମୂଲ୍ୟରେ ୮ଜିବି ର୍ୟାମ ସହ ୧୨୮ଜିବି ଷ୍ଟୋରେଜ୍ ଉପଲବ୍ଧ ହେବ । ଏହି ଫୋନ ଟାଇଟାନିୟମ୍ ନୀଳମଣି ଏବଂ କ୍ରିଷ୍ଟାଲ ସିମ୍ଫୋନୀ ରଙ୍ଗ ଭାରିଆଣ୍ଟରେ କିଣାଯାଇପାରିବ । ଫ୍ଲିପକାର୍ଟ, ଆମାଜନ ଏବଂ ଭିଭୋ ଇଣ୍ଡିଆର ଅନଲାଇନ୍ ଷ୍ଟୋରରୁ ଫୋନର ବିକ୍ରି ଆରମ୍ଭ ହୋଇଛି । ଫୋନ ସହ ୭ହଜାର ଟଙ୍କା ଲାଭ ଜିଓ ପ୍ରଦାନ କରୁଛି ।

ଭିଭୋ ୱାଇ୫୧ ରେ ୬.୫୮ ଇଂଚ ଫୁଲ ଏଚଡି ପ୍ଲସ ଏଲସିଡି ଡିସପ୍ଲେ ରହିଛି, ଯାହାର ସ୍କ୍ରିନ୍ ରେଜୋଲ୍ୟୁସନ ୧୦୮୦x୨୪୦୮ ପିକ୍ସେଲ । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ ଫଣ୍ଟୁଚ୍ ଅପରେଟିଂ ସିଷ୍ଟମ୍ ୧୦ରେ କାମ କରେ । ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୫ ଏସଓସି ସଂଚାଳକ ଦିଆଯାଇଛି । ମାଇକ୍ରୋ ଏସଡିକାର୍ଡ ମାଧ୍ୟମରେ ୧ ଟିବି ପଯ୍ୟନ୍ତ ବିସ୍ତାର କରିପାରିବେ । ଭିଭୋର ଏହି ଫୋନରେ ତିନୋଟି ପଛ କ୍ୟାମେରା ଦିଆଯାଇଛି, ଯାହାର ମୁଖ୍ୟ ଲେନ୍ସ ୪୮ ମେଗାପିକ୍ସେଲ ଏବଂ ଏହାର ଆପେଚର ଏଫ୍/୧.୭୯ । ଦ୍ୱିତୀୟ ଲେନ୍ସ ୮ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ ଆଙ୍ଗଲ ଏବଂ ତୃତୀୟ ଲେନ୍ସ ୨ ମେଗାପିକ୍ସେଲ । ଏହି ଫୋନରେ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି । ଫୋନରେ ୱାଇ-ଫାଇ, ବ୍ଲୁଟୁଥ୍ ୫.୦, ଇଉଏସବି ଟାଇପ୍-ସି ପୋର୍ଟ, ଓଟିଜି, ରେଡିଓ ଏବଂ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!