ସଲମାନ ଖାନଙ୍କ ଫାଇନାଲ ଲୁକ୍

ଫିଲ୍ମ ‘ଶେଷ ଦି ଫାଇନାଲ୍ ଟ୍ରୁଥ୍’ରେ ସଲମାନ ଖାନଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇଛି । ଆୟୁଷ ଶର୍ମା ନିଜ ଇନଷ୍ଟାଗ୍ରାମରେ ସଲମାନ ଖାନଙ୍କ ପ୍ରଥମ ଲୁକର ଭିଡିଓ ସେୟାର କରିଛନ୍ତି । ଏହି ଫିଲ୍ମରେ ଡବଙ୍ଗ ଖାନଙ୍କୁ ଜଣେ ଶିଖ୍ ପୋଲିସ ଭାବେ ଦର୍ଶାଯାଇଛି । ଭିଡିଓ ପୋଷ୍ଟ କରି ଆୟୁଷ ଶର୍ମା କ୍ୟାପସନରେ ଲେଖିଛନ୍ତି- ‘ଶେଷର ଆରମ୍ଭ’ । ଏହା ସହ ସେ ହ୍ୟାସଟ୍ୟାଗରେ ଲେଖିଥିଲେ- ‘ଭାଇଙ୍କର ପ୍ରଥମ ଲୁକ’ । ଭିଡିଓରେ ସଲମାନ ଖାନ ନୀଳ ଟି-ସାର୍ଟ ସହ ଧୂସର ପ୍ୟାଣ୍ଟ ପିନ୍ଧିଛନ୍ତି । କଳା ପଗଡି ଏବଂ ଖାଲସା ଲକେଟ୍ ପିନ୍ଧି ସେ ପନିପରିବା ବଜାର ଦେଇ ଯାଉଥିବାର ନଜର ଆସିଛନ୍ତି ।

ଏହି ଫିଲ୍ମର ସୁଟିଂ ୧୬ ନଭେମ୍ବରରେ ପୁଣେରେ ଆରମ୍ଭ ହୋଇଥିଲା । ସେପଯ୍ୟନ୍ତ କେବଳ ଆୟୁଷ ଶର୍ମା ସୁଟିଂ କରୁଥିଲେ । ନିର୍ଦ୍ଦେଶକ ମହେଶ ମଞ୍ଜରେକର ଆୟୁଷ ଶର୍ମାଙ୍କ ଦୃଶ୍ୟରୁ ଏହି ଫିଲ୍ମ ଆରମ୍ଭ କରିଥିଲେ । ୨୦ ଦିନିଆ କାଯ୍ୟସୂଚୀ ପରେ ସଲମାନ ଖାନ ମଧ୍ୟ ରବିବାରଠୁ ମୁମ୍ବାଇ ଫିଲ୍ମ ସିଟିରେ ସୁଟିଂ ଆରମ୍ଭ କରିଥିଲେ । ସଲମାନ ଖାନ ଫିଲ୍ମର ପ୍ରାରମ୍ଭିକ ପଯ୍ୟାୟରେ ଏକ ବିସ୍ତାରିତ କ୍ୟାମୋ କରିବା ଉଚିତ ଥିଲା । କିନ୍ତୁ ସ୍କ୍ରିପ୍ଟରେ ପରିବର୍ତ୍ତନ ପରେ ବର୍ତ୍ତମାନ ଏହି ଚଳଚିତ୍ରରେ ସଲମାନଙ୍କ ସମ୍ପୂର୍ଣ୍ଣ ଚରିତ୍ର ଅଛି । ସଲମାନ ଶିଖ ପୋଲିସର ଅଭିନୟ କରିବେ ଯିଏ ମାଫିଆ ରାଜକୁ ହଟାଇବା ଏବଂ ଗ୍ୟାଙ୍ଗ ଯୁଦ୍ଧକୁ ହଟାଇବା ପାଇଁ କାଯ୍ୟ କରିବେ । ଫିଲ୍ମରେ ସଲମାନଙ୍କ ଅବତାର ସମ୍ପର୍ଣ୍ଣ ଭିନ୍ନ ଦେଖିବାକୁ ମିଳିବ । ଆୟୁଷ ଶର୍ମାଙ୍କ ଚରିତ୍ର ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟରଙ୍କ ଭଳି ହେବ, ଯିଏ ସଲମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ଫିଲ୍ମରେ ସଲମାନ ଏବଂ ଆୟୁଷଙ୍କ ବ୍ୟତୀତ ନିକିଟିନ୍ ଧୀର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ‘ଶେଷ ଫାଇନାଲ୍ ଟ୍ରୁଥ୍’ ମରାଠୀ ଫିଲ୍ମ ‘ମୁଲସି ପରାନ’ ର ଏକ ହିନ୍ଦୀ ରିମେକ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’