Masthead

କୋଟଗଡ଼ରେ କନ୍ଧମାଳ ସାଂସଦ

କୋଟଗଡ଼ (ବଡ଼ ଖବର ବ୍ୟୁରୋ): ସାଂସଦ ଅଚ୍ୟୁତ ସାମଲ ତିନି ଦିନିଆ ଗସ୍ତରେ ଆସି ଆଜି କୋଟଗଡ଼ ରେ ପହଞ୍ଚିଥିଲେ । । ତାଙ୍କ ଗସ୍ତ କାଳରେ କୋଟଗଡ଼ର ହରିପୁର ଗାଁ ରାସ୍ତାର ଶିଳାନ୍ୟାସ କରିଥିଲେ । ପରେ ସେ ବନ ବିଭାଗ ବଙ୍ଗଳାଠାରେ କର୍ମୀ ସମ୍ମିଳନୀ ସହ ଜନସାଧାରଣଙ୍କ ସହ ଆଲୋଚନ କରିଥିଲେ । କର୍ମୀ ସମ୍ମିଳନୀ ସମୟରେ ନବ ନିର୍ବାଚିତ ବ୍ଲକକର୍ମୀମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ ।ସେମାନଙ୍କ ମଧ୍ୟରୁ ମହେନ୍ଦ୍ର ପଣ୍ଡା ଛାତ୍ର ଜିଲ୍ଲା ସମ୍ପାଦକ ,ଚନ୍ଦ୍ରଶେଖର ବଡ଼ସେଠ ,ବିଜୁଛାତ୍ର ନେତା କୋଟଗଡ଼ ଓ କିବାରଜ ମଲିକ ବିଜୁ ଯୁବ ସଭାପତି କୋଟଗଡ଼ ଅଛନ୍ତି । ଏହାସହ ବିଜୁ ଜନତା ଦଳର ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଯଉଁଥିରେ ବିଭିନ୍ନ ପଂଚାୟତ ବହୁ କଂଗ୍ରେସକର୍ମୀ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।

ସେଥି ମଧ୍ୟରୁ ମାର୍ଲାଙ୍ଗା ପଞ୍ଚାୟତର ସରପଞ୍ଚ ସନାତନ ପ୍ରଧାନ ସହ ତାଙ୍କର ୪୧ ଜଣ ସମର୍ଥକ କଂଗ୍ରେସକର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହାସହ ପ୍ରାୟ ୮୦/୯୦ ଜଣ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିର ସାମିଲ ହୋଇଥିଲେ । ପରେ ସାଂସଦ କୋଟଗଡ଼ରେ କିସ ହଷ୍ଟେଲ ଓ କିମ୍ସ ପାଇଁ ଜମି ଦେଖିଥିଲେ । ଏହି କାର୍ଯକ୍ରମରେ ସାଂସଦଙ୍କ ସହ ରାଜୀବ ପାତ୍ର ପୂର୍ବତନ ବିଧାୟକ ବାଲିଗୁଡା , ସାଂସଦ ପ୍ରତିନିଧି ମନୋଜ ସାବତ ,ବ୍ଲକ ଅଧକ୍ଷା ଶ୍ରୀମତୀ ସବିତା ମଲିକ ,କୋଟଗଡ଼ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶ୍ୱେତେଳୀନ ସୁକାମଝି, ଉପାଧ୍ୟକ୍ଷ ଶ୍ରୀ ଜି ଭି ପାନ୍ତୁଳ ରାୟ ,ବିଧାୟକ ପ୍ରତିନିଧି ଶ୍ରୀ ପରାସର ପାଟମାଝି ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା