Masthead

କୋରିଓଗ୍ରାଫରଙ୍କୁ ହାର୍ଟଆଟାକ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କ ହୃଦଘାଦର ଶିକାର ହୋଇଛନ୍ତି । ସେ ବର୍ତ୍ତମାନ ମୁମ୍ବାଇସ୍ଥିତ କୋକିଲାବେନ୍ ଧିରୁଭାଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପ୍ରଶଂସକ ଏବଂ ବଲିଉଡର ସେଲିବ୍ରେଟିମାନେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି । ରେମୋଙ୍କ ସ୍ତ୍ରୀ ଲିଜେଲ ଡି’ସୁଜା ତାଙ୍କ ସହ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ରେମୋଙ୍କ ଆଙ୍ଗିଓଗ୍ରାଫି କରାଯାଇଛି । ସେ ଜଣେ ମହାନ୍ କୋରିଓଗ୍ରାଫର ଓ ଅନେକ ହିନ୍ଦୀ ଫିଲ୍ମରେ କୋରିଓଗ୍ରାଫି କରିଛନ୍ତି ।

ନୃତ୍ୟଶିଳ୍ପୀ ଠାରୁ କୋରିଓଗ୍ରାଫର ଏବଂ ତାପରେ ନିର୍ଦ୍ଦେଶକ ରେମୋଙ୍କ ପାଇଁ ଯାତ୍ରା ସହଜ ନଥିଲା । କମ୍ ସମୟ ମଧ୍ୟରେ ରେମୋ ନିଷ୍ପତ୍ତି ନେଇଥିଲେ ଯେ ସେ ନୃତ୍ୟରେ ନିଜର କ୍ୟାରିୟର କରିବେ । ନିର୍ଦ୍ଦେଶକ ଭାବରେ ରେମୋଙ୍କ ପ୍ରଥମ ଚଳଚିତ୍ର ଥିଲା ‘ଫାଲତୁ’ ଯାହା ୨୦୧୧ରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ଏବିସିଡି, ଫ୍ଲାଇଙ୍ଗଜ୍ୟାଟ୍ ଏବଂ ରେସ୍ ଭଳି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଶେଷ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନସର ଥ୍ରିଡି’ ଥିଲା । ଡାନ୍ସ ଇଣ୍ଡିଆ ଡାନ୍ସ, ଡାନ୍ସ ପଲ୍ସ ଓ ଝଲକ ଦିଖ୍ଲାଜା ଭଳି ସୋ’ରେ ଜଜ୍ ଭାବେ ନଜର ଆସିଛନ୍ତି ରେମୋ ଡି’ସୁଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ