ପ୍ରେସିଡେଣ୍ଟ ରେସରେ ବାଜି ମାରିଲେ ନାଡିଆଡୱାଲା

ଭାରତୀୟ ଫିଲ୍ମ ଓ ଟେଲିଭିଜନ ପ୍ରଯୋଜକମାନଙ୍କ ସଂଘ ତରଫରୁ ଗୁରୁବାର ୨୯ତମ ଏଜିଏମର ଆୟୋଜନ କରିଥିଲେ । ଏହି ସଭାରେ ଆଇଏଫଟିପିସି ପୁନର୍ବାର ସାଜିଦ ନାଡିଆଡଓାଲାଙ୍କୁ ୨୦୨୦-୨୧ ବର୍ଷ ପାଇଁ ବନାଇଛନ୍ତି ଫିଲ୍ମ ଦୁନିଆର ପ୍ରେସିଡେଣ୍ଟ । ନିର୍ଦ୍ଦେଶକ ଭାବରେ ସାଜିଦ ବନାଇଛନ୍ତି ଏକାଧିକ ସୁପରହିଟ ଫିଲ୍ମ । ନୋମିନେଶନରେ ସାଜିଦଙ୍କ ସହ ଅନ୍ୟ ୯ଜଣ ନିର୍ଦ୍ଦେଶକମାନଙ୍କର ନାମ ଆସିଥିଲା । ସେମାନଙ୍କ ମଧ୍ୟରେ ଥିଲେ ରତନ ଜୈନ, ଜେ ଡି ମାଜେଠିଆ, ଏନ ଆର ପାଚିସିଆ, ଶ୍ୟାମ ବଜାଜ, ଭିଜୟ ଗାଲାନୀ ଓ ଦିନେଶ ଭିଜନ ଆଦି ପ୍ରମୁଖ । ନୂତନ ପ୍ରେସିଡେଣ୍ଟ ଭାବରେ ସାଜିଦ ସରକାରଙ୍କୁ ଲଗାତାର ଡାଏଲଗରେ ଫସାଇ ରଖି ଆଇଏଫଟିପିସି ଟିମଙ୍କୁ ପୁଣିଥରେ ସୁଟିଂ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ମଧ୍ୟ ସିନେମା କର୍ମଚାରୀଙ୍କୁ ସବୁବେଳେ ସାହାଯ୍ୟ କରୁଥିବାରୁ ଇଣ୍ଡଷ୍ଟ୍ରିକୁ ଉତ୍ସାହିତ କରିଛନ୍ତି । ଏଥିସହ ସିନେମା କର୍ମଚାରୀଙ୍କ ପାଖରେ କୋଭିଡ ସମୟରେ ଏକାଠି ରହି ଏହି ଅସୁବିଧାକୁ ସାମ୍ନା କରିବାରେ ସାହସ ଦେବା, ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇବା, ତଥା ତାଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ମଧ୍ୟ ଆଇଏଫଟିପିସି ଟିମଙ୍କର ତାରିଫ କରିଛନ୍ତି ।

ଏହା ବ୍ୟତୀତ କିଛି ପ୍ରତିଷ୍ଠିତ କଳାକାର ଯଥା ରିଷି କପୁର, ଇର୍ଫାନ ଖାନ ଓ ପି ବାଲସୁଭ୍ରମଣ୍ୟମଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ସହଯୋଗ କରିବା ଭଳି ମହାନ କାମପାଇଁ ସେମାନଙ୍କୁ ସାବାସୀ ଦେଇଛନ୍ତି । ଜେଡି ମାଜେଥିଆ ଯିଏକି ଟିଭି ଓ ୱେବର ଚେୟାରମ୍ୟାନ ରହିଛନ୍ତି, ସେ ମହାରାଷ୍ଟ୍ର ସରକାରଙ୍କୁ ଖୁବ ଜଲଦି ଇଣ୍ଡଷ୍ଟ୍ରିକୁ ଆରମ୍ଭ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି ଟେଲିଭିଜନର ପ୍ରଯୋଜକମାନେ କିପରି ବିନା କିଛି ଅସୁବିଧାରେ ସୁଟିଂ ଚଲାଇଛନ୍ତି ସେଥିପାଇଁ ତାଙ୍କ ପ୍ରଶଂସା କରିଛନ୍ତି । ଯେତେବେଳେ ମୃତ କଳାକାରମାନଙ୍କୁ ୨୫ଲକ୍ଷ ଟଙ୍କାର ଇନସୁରାନ୍ସ ଦିଆଯିବ ବୋଲି ପ୍ରଥମେ ଘୋଷଣା କରାଗଲା ଏହା କଳାକାରଙ୍କୁ ମହାମାରୀ ସମୟରେ କାମ କରିବାକୁ ପ୍ରେରଣା ଯୋଗାଇଛି ବୋଲି ମଧ୍ୟ ସେ ଜଣାଇଛନ୍ତି । ଆଇଏଫଟିପିସିମାନଙ୍କ ଏହି ସମସ୍ତ ସାହାଯ୍ୟ ପାଇଁ ଏହି ସଭାରେ ସମସ୍ତେ ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ସଭାରେ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଭାବରେ ମାନ୍ୟବର ରମେଶ ତଉରାନି, ନିର୍ଦ୍ଦେଶକ ଡେଭିଡ ଧଓନ, ସନ୍ଧିପ ଜୈନ, ବବି ଅରୋରା, ଗୋଲ୍ଡି ବେହଲ ଓ ଲଲିତ ଶର୍ମା ଆଦି ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!