Masthead

ଖୋଲିବ ଲିଙ୍ଗରାଜ ମନ୍ଦିର

(ବଡ଼ ଖବର ବ୍ୟୁରୋ): ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଶ୍ରୀମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ସରକାର ନେଇଛନ୍ତି ପଦକ୍ଷେପ । କୋଭିଡ କଟକଣା ମଧ୍ୟରେ ଭକ୍ତମାନେ ଦର୍ଶନ କରିବେ ବୋଲି ଧାର୍ଯ୍ୟ ହୋଇଛି । ୨୭ ତାରିଖରୁ ଦର୍ଶନ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର । ପ୍ରଥମେ ସେବକ ଓ ତାଙ୍କ ପରିବାର ସଦସ୍ୟ ଦର୍ଶନ କରିବେ । ଜାନୁୟାରୀ ୧ ତାରିଖ ଓ ଦୁଇ ତାରିଖ ଦର୍ଶନ ବନ୍ଦ ରହିବ । ମାର୍ଚ୍ଚ ମାସରୁ ଲିଙ୍ଗରାଜ ମନ୍ଦିରର ଦର୍ଶନ ବନ୍ଦ କରାଯାଇଥିଲା । ୩ ତାରିଖଠୁ ସାଧାରଣ ଦର୍ଶନ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୂରୀ ।

ଏବେ କୋଭିଡର ପ୍ରଭାବ କମିଛି । ରାଜ୍ୟରେ କୋଭିଡ ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରଣକୁ ଆସିଲାଣି । ଗତ ୨୪ଘଣ୍ଟାରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦୦ ରହିଛି । କୋଭିଡ ନିୟନ୍ତ୍ରଣକୁ ଆସିଥିବାରୁ ଦେବାଳୟ ଖୋଲିବାକୁ ଦାବି ଜୋର ଧରିଥିଲା । ପ୍ରଥମେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଆଜି ଡିସେମ୍ବର ୨୭ରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଭକ୍ତଙ୍କ ଦର୍ଶନ ପାଇଁ ଏସଓପି ଜାରି କରାଯିବ । ସାମାଜିକ ଦୂରତା ସହ ମାସ୍କ ବାଧ୍ୟତାମୂଳକ ହେବ । ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ । ଏପରି କିଛି କଟକଣା ଭିତରେ ଭକ୍ତମାନେ ଦର୍ଶନ କରିବେ ବୋଲି ବିଏମସି ସ୍ପଷ୍ଟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା