ଖୋଲିବ ଲିଙ୍ଗରାଜ ମନ୍ଦିର

(ବଡ଼ ଖବର ବ୍ୟୁରୋ): ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଶ୍ରୀମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ସରକାର ନେଇଛନ୍ତି ପଦକ୍ଷେପ । କୋଭିଡ କଟକଣା ମଧ୍ୟରେ ଭକ୍ତମାନେ ଦର୍ଶନ କରିବେ ବୋଲି ଧାର୍ଯ୍ୟ ହୋଇଛି । ୨୭ ତାରିଖରୁ ଦର୍ଶନ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର । ପ୍ରଥମେ ସେବକ ଓ ତାଙ୍କ ପରିବାର ସଦସ୍ୟ ଦର୍ଶନ କରିବେ । ଜାନୁୟାରୀ ୧ ତାରିଖ ଓ ଦୁଇ ତାରିଖ ଦର୍ଶନ ବନ୍ଦ ରହିବ । ମାର୍ଚ୍ଚ ମାସରୁ ଲିଙ୍ଗରାଜ ମନ୍ଦିରର ଦର୍ଶନ ବନ୍ଦ କରାଯାଇଥିଲା । ୩ ତାରିଖଠୁ ସାଧାରଣ ଦର୍ଶନ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୂରୀ ।

ଏବେ କୋଭିଡର ପ୍ରଭାବ କମିଛି । ରାଜ୍ୟରେ କୋଭିଡ ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରଣକୁ ଆସିଲାଣି । ଗତ ୨୪ଘଣ୍ଟାରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦୦ ରହିଛି । କୋଭିଡ ନିୟନ୍ତ୍ରଣକୁ ଆସିଥିବାରୁ ଦେବାଳୟ ଖୋଲିବାକୁ ଦାବି ଜୋର ଧରିଥିଲା । ପ୍ରଥମେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଆଜି ଡିସେମ୍ବର ୨୭ରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଭକ୍ତଙ୍କ ଦର୍ଶନ ପାଇଁ ଏସଓପି ଜାରି କରାଯିବ । ସାମାଜିକ ଦୂରତା ସହ ମାସ୍କ ବାଧ୍ୟତାମୂଳକ ହେବ । ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ । ଏପରି କିଛି କଟକଣା ଭିତରେ ଭକ୍ତମାନେ ଦର୍ଶନ କରିବେ ବୋଲି ବିଏମସି ସ୍ପଷ୍ଟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ