Masthead

ଫେବୃଆରୀରେ ଜେଇଇ ମେନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆସନ୍ତା ବର୍ଷ ମିଳିତ ପ୍ରବେଶିକା ପରୀକ୍ଷା ଜେଇଇ ମେନ ୨୦୨୧ର ଅଫିସିଆଲ୍ ୱେବସାଇଟ NTA jeemain.nta.nic.inର ବିଜ୍ଞପ୍ତି ପ୍ରକାଶ ହେବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ୨୦୨୧ ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଡିସେମ୍ବର ୧୫ରେ ୱେବସାଇଟରେ ପ୍ରକାଶ ପାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ପରୀକ୍ଷାର ତାରିଖ ସ୍ଥିର କରାଯାଇ ନାହିଁ। ନୂତନ ବିଜ୍ଞପ୍ତି ପ୍ରକାଶନକୁ ଏବେ ଛାତ୍ରଛାତ୍ରୀମାନେ ଅପେକ୍ଷା କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରେ ଫେବୃଆରୀ ରୁ ମେ ପର୍ଯ୍ୟନ୍ତ ଅନେକ ସିଫ୍ଟରେ ଜେଇଇ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ।

ଶିକ୍ଷାମନ୍ତ୍ରୀଙ୍କ କହିବାନୁସାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ୪ଥର ଅନୁଷ୍ଠିତ ହେଉଥିବା ପରୀକ୍ଷାରେ ଯେକୋଣସି ଥର ପରୀକ୍ଷା ପାଇଁ ହାଜର ହୋଇପାରିବେ । ତେବେ ଏହି ନିଷ୍ପତ୍ତିକୁ  ସରକାରୀ ଅନୁମୋଦନ ମିଳିନି । ଏହା ବ୍ୟତୀତ ସାଂପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ରଛାତ୍ରୀଙ୍କୁ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ଗଣିତ ବିଭାଗରେ ଯଥାକ୍ରମେ ୯୦ ରୁ ୭୫ଟି ଏବଂ ୩୦ ରୁ ୨୫ଟି ପ୍ରଶ୍ନରେ  ଭାଗ ନେବାକୁ କହିଛନ୍ତି । ତେବେ ଅନେକ ବିଦ୍ୟାଳୟରେ ସିଲାବସ୍ ହ୍ରାସ କରାଯାଇଥିବାରୁ ନୂତନ ଢ଼ାଞ୍ଚାରେ ପରୀକ୍ଷା ହେଉଛି ବୋଲି ଏନଟିଏ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ