Masthead

ଫେବୃଆରୀରେ ଜେଇଇ ମେନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆସନ୍ତା ବର୍ଷ ମିଳିତ ପ୍ରବେଶିକା ପରୀକ୍ଷା ଜେଇଇ ମେନ ୨୦୨୧ର ଅଫିସିଆଲ୍ ୱେବସାଇଟ NTA jeemain.nta.nic.inର ବିଜ୍ଞପ୍ତି ପ୍ରକାଶ ହେବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ୨୦୨୧ ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଡିସେମ୍ବର ୧୫ରେ ୱେବସାଇଟରେ ପ୍ରକାଶ ପାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ପରୀକ୍ଷାର ତାରିଖ ସ୍ଥିର କରାଯାଇ ନାହିଁ। ନୂତନ ବିଜ୍ଞପ୍ତି ପ୍ରକାଶନକୁ ଏବେ ଛାତ୍ରଛାତ୍ରୀମାନେ ଅପେକ୍ଷା କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରେ ଫେବୃଆରୀ ରୁ ମେ ପର୍ଯ୍ୟନ୍ତ ଅନେକ ସିଫ୍ଟରେ ଜେଇଇ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ।

ଶିକ୍ଷାମନ୍ତ୍ରୀଙ୍କ କହିବାନୁସାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ୪ଥର ଅନୁଷ୍ଠିତ ହେଉଥିବା ପରୀକ୍ଷାରେ ଯେକୋଣସି ଥର ପରୀକ୍ଷା ପାଇଁ ହାଜର ହୋଇପାରିବେ । ତେବେ ଏହି ନିଷ୍ପତ୍ତିକୁ  ସରକାରୀ ଅନୁମୋଦନ ମିଳିନି । ଏହା ବ୍ୟତୀତ ସାଂପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ରଛାତ୍ରୀଙ୍କୁ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ଗଣିତ ବିଭାଗରେ ଯଥାକ୍ରମେ ୯୦ ରୁ ୭୫ଟି ଏବଂ ୩୦ ରୁ ୨୫ଟି ପ୍ରଶ୍ନରେ  ଭାଗ ନେବାକୁ କହିଛନ୍ତି । ତେବେ ଅନେକ ବିଦ୍ୟାଳୟରେ ସିଲାବସ୍ ହ୍ରାସ କରାଯାଇଥିବାରୁ ନୂତନ ଢ଼ାଞ୍ଚାରେ ପରୀକ୍ଷା ହେଉଛି ବୋଲି ଏନଟିଏ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼