ପାରାଦ୍ୱୀପ (ବଡ଼ ଖବର ବ୍ୟୁରୋ): ପାରାଦ୍ୱୀପ ଅଠରବାଙ୍କି ଗୋପିନାଥ କଲୋନୀରେ ବାସ କରନ୍ତି ଶିବଶଙ୍କର ନାୟକ । ପରିବାର କହିଲେ ପତ୍ନୀ ଓ ଦୁଇ ପୁଅ ଝିଅ । ଅଭାବ ଅନଟନରେ ଚଳୁଛନ୍ତି ଶିବଶଙ୍କରଙ୍କ ପରିବାର । ସେପଟେ ଅଜଣା ରୋଗରେ ପୀଡ଼ିତ ପୁଅ ଝିଅ । ଜନ୍ମର ୩ବର୍ଷ ପରଠୁ ଅଜଣା ରୋଗରେ ପୀଡ଼ିତ ହୋଇଛନ୍ତି ଶିବଶଙ୍କରଙ୍କ ପୁଅ ଝିଅ । ରୋଗ ସମ୍ପର୍କରେ ଡାକ୍ତରୀ ପରାମର୍ଶ ନେଇଥିଲେ ବାପା ।
ଡାକ୍ତର ଚିକିତ୍ସା ପାଇଁ ଆମେରିକା ନେବା ପାଇଁ ପରାମର୍ଶ ଦେଇଥିଲେ । ଶିବଶଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିବାପରେ ଏବେ ଅସହାୟ ହୋଇପଡିଛନ୍ତି । ପୁଅ ଝିଅ ଶେଯରୁ ଉଠିବା ପାଇଁ ଅକ୍ଷମ ହୋଇଥିଲେ ମଧ୍ୟ ଭଲ ପାଠ ପଢୁଛନ୍ତି । ଏବେ ସରକାରୀ ସହାୟତା ଲୋଡିଛନ୍ତ ବାପା ଶିବଶଙ୍କର ଓ ମା ନିରୁପମା । ଝିଅ ମାମୁନି ଏବଂ ପୁଅ ସାନୁ ମଧ୍ୟ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।