Masthead

ଘୋଷଣା ହେଲା ପ୍ରଥମ ଟେଷ୍ଟର ଚୂଡାନ୍ତ ଏକାଦଶ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଦେଶୀ ମାଟିରେ ପ୍ରଥମ ଗୋଲାପି ଟେଷ୍ଟ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆର ଚୁଡାନ୍ତ ଏକାଦଶ । ଆସନ୍ତାକାଲି ହେବାକୁ ଥିବା ଡେ-ନାଇଟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୭ ବ୍ୟାଟ୍ସମ୍ୟାନ ଓ ୪ ବୋଲରଙ୍କୁ ନେଇ କାଲି ପଡ଼ିଆକୁ ଓହ୍ଲାଇବ ବ୍ଲୁ ବ୍ରିଗେଡ । ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ଭାବେ ମୟଙ୍କ ଅଗ୍ରୱାଲଙ୍କ ସହ ଓପନ କରିବେ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ । ପୃଥ୍ୱୀ ଶ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିଲେ ।

ତୃତୀୟ ସ୍ଥାନରେ ଚେତଶ୍ୱର ପୂଜାରା, ଚତୁର୍ଥରେ ବିରାଟ କୋହଲି, ପଞ୍ଚମରେ ଆଜିଙ୍କେ ରାହାନେ , ଷଷ୍ଠରେ ହନୁମା ବିହାରୀ ଖେଳିବେ । ୱିକେଟ କିପର ଭାବରେ ରିଦ୍ଧିମାନ ଶାହାଙ୍କୁ ପ୍ରଥମେ ଟେଷ୍ଟ ପାଇଁ ସୁଯୋଗ ମିଳିଛି । ସେହିପରି ଭାବରେ ପ୍ରଥମ ଟେଷ୍ଟରେ ତିନି ଜଣ ପେସ ବୋଲର ଓ ଜଣେ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପେସ ବୋଲର ଭାବରେ ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କୁ ସୁଯୋଗ ମିଳିଥିବା ବେଳେ ସ୍ପିନର ଭାବରେ ରବି ଚନ୍ଦ୍ରନ ଅଶ୍ୱୀନିଙ୍କ ସୁଯୋଗ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼