Masthead

ଘୋଷଣା ହେଲା ପ୍ରଥମ ଟେଷ୍ଟର ଚୂଡାନ୍ତ ଏକାଦଶ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଦେଶୀ ମାଟିରେ ପ୍ରଥମ ଗୋଲାପି ଟେଷ୍ଟ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆର ଚୁଡାନ୍ତ ଏକାଦଶ । ଆସନ୍ତାକାଲି ହେବାକୁ ଥିବା ଡେ-ନାଇଟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୭ ବ୍ୟାଟ୍ସମ୍ୟାନ ଓ ୪ ବୋଲରଙ୍କୁ ନେଇ କାଲି ପଡ଼ିଆକୁ ଓହ୍ଲାଇବ ବ୍ଲୁ ବ୍ରିଗେଡ । ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ଭାବେ ମୟଙ୍କ ଅଗ୍ରୱାଲଙ୍କ ସହ ଓପନ କରିବେ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ । ପୃଥ୍ୱୀ ଶ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିଲେ ।

ତୃତୀୟ ସ୍ଥାନରେ ଚେତଶ୍ୱର ପୂଜାରା, ଚତୁର୍ଥରେ ବିରାଟ କୋହଲି, ପଞ୍ଚମରେ ଆଜିଙ୍କେ ରାହାନେ , ଷଷ୍ଠରେ ହନୁମା ବିହାରୀ ଖେଳିବେ । ୱିକେଟ କିପର ଭାବରେ ରିଦ୍ଧିମାନ ଶାହାଙ୍କୁ ପ୍ରଥମେ ଟେଷ୍ଟ ପାଇଁ ସୁଯୋଗ ମିଳିଛି । ସେହିପରି ଭାବରେ ପ୍ରଥମ ଟେଷ୍ଟରେ ତିନି ଜଣ ପେସ ବୋଲର ଓ ଜଣେ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପେସ ବୋଲର ଭାବରେ ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କୁ ସୁଯୋଗ ମିଳିଥିବା ବେଳେ ସ୍ପିନର ଭାବରେ ରବି ଚନ୍ଦ୍ରନ ଅଶ୍ୱୀନିଙ୍କ ସୁଯୋଗ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼